ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପରେ ଚିହ୍ନଟ ହୋଇଛନ୍ତି ୨ ଜଣ କୋରୋନା ସନ୍ଦିଗ୍ଧ। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଏକ ଜାହାଜରେ ଏହି ଦୁଇ ଭାରତୀୟଙ୍କ ପାଖରେ କୋରୋନା ଭାଇରସ ରହିଥିବା ସନ୍ଦେହ କରାଯାଉଛି।

ଏହି ଦୁଇ ଜଣ ସନ୍ଦିଗ୍ଧ ପରସ୍ପରର ସ୍ୱାମୀ, ସ୍ତ୍ରୀ ବୋଲି ସୂଚନା ମିଳିଛି। ଏହାପରେ ବନ୍ଦର ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଜାହାଜ ଭିତରକୁ ପଠାଯାଇଛି। ଡାକ୍ତରୀ ଦଳ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ପଠାଯିବ।

ଏମଟି କେନଷ୍ଟାର ଷ୍ଟେଲାର ନାମକ ଏହି ମାଲବାହୀ ଜାହାଜ ସିଙ୍ଗାପୁରରୁ ପାରାଦ୍ୱୀପ ଆସିଛି। ଜାହାଜରେ ଥିବା ଏହି ଦୁଇ ଜଣଙ୍କ ସ୍ୱାମୀ ଓ ସ୍ତ୍ରୀଙ୍କଠାରେ କରୋନା ଭାଇରସର କେତେକ ଲକ୍ଷଣ ଦେଖାଦେଇଥିବା ସୂଚନା ମିଳିଛି।

Comment