ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ସହରରୁ ବିସ୍ଫୋରକ ବୋଝେଇ ଟ୍ରକ ଜବତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ସାମ୍ଵାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି ଜୟପୁର ଏସ୍ଡିପିଓ ଧିରେନ କୁମାର ସ୍ଵାଇଁ। ଗିରଫ ଅଭିଯୁକ୍ତମାନ ହେଲେ ଡ୍ରାଇଭର, ହେଲପର ଓ କ୍ରସର ମାଲିକ ବିଶ୍ଵନାଥ ରେଡ୍ଡି।
ମାର୍ଚ୍ଚ ୨ ତାରିଖ ଦିନ ହାଇଦ୍ରାବାଦଠାରୁ ମାଲକାନଗିରି ଜିଲ୍ଲା କର୍କଣ୍ଡାର ଏକ ଟ୍ରକରେ ବେଆଇନ ଚାଲାଣ ହେଉଥିବା ବିସ୍ଫୋରରକ ଜବତ କରିଥିଲା ପୋଲିସ। ଏହି ଟ୍ରକରେ ୫ ଟନ୍ରୁ ଅଧିକ ବିସ୍ଫୋରକ ଜବତ ହୋଇଥିଲା। ଏହାପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ।
ପରେ ଏହି ଘଟଣାରେ ପୋଲିସ ଗାଡ଼ି ଚାଳକ, ହେଲପର କ୍ରସର ମାଲିକ ବିଶ୍ଵନାଥ ରେଡ୍ଡିଙ୍କୁ ଗିରଫ କରିଛି। ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ନେଇ ତଦନ୍ତ କରୁଛି ପୋଲସି। ସେପଟେ ଏହି ବିସ୍ଫୋରକ ସାମଗ୍ରୀ ମାଓବାଦୀଙ୍କୁ ଯୋଗା ଯାଉଥିବା ସନ୍ଦେହ କରିଛି ପୋଲିସ।


















