ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର। କଳାହାଣ୍ଡି ଜିଲ୍ଲାର ଇଚ୍ଛୁକ ଯୁବକ-ଯୁବତୀମାନେ ଏଥିରେ ଭାଗ ନେଇ ଏହାର ଲାଭ ଉଠାଇ ପାରିବେ। ଏନେଇ ସମସ୍ତ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି।

ଯୋଗ୍ୟତା – ପଞ୍ଚମରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଯୋଗ ଦେଇପାରିବେ।

ନିଯୁକ୍ତି ମେଳାରେ ଯୋଗ ଦେବା ସମୟ – ୨୦୨୦ ମାର୍ଚ୍ଚ ୭ ସକାଳ ୧୦ଟା ୩୦

ସ୍ଥାନ – ସି.ଟି ସ୍କୁଲ ଖେଳ ପଡ଼ିଆ, ନକ୍ଟିଗୁଡ଼ା, ଭବାନୀପାଟଣା

ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ ନିକଟସ୍ଥ ବ୍ଲକ୍‌ କାର୍ଯ୍ୟାଳୟ କିମ୍ବା ନିୟୋଜନ କାର୍ଯ୍ୟାଳୟ, କଳାହାଣ୍ଡି ସହିତ ଯୋଗାଯୋଗ କରିପାରିବେ।

ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର– 06670-230628

Comment