ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାରାବିଶ୍ୱକୁ ଏବେ କୋରୋନା ଭୟ। ଚୀନ ବ୍ୟତୀତ ଅନେକ ଦେଶକୁ ଏହି ଭାଇରସ ପ୍ରବେଶ କରିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୩୧ ଜଣ କୋରୋନା ଆକ୍ରନ୍ତ ଚିହ୍ନଟ ହେଲେଣି। ସାଧାରଣ ଲୋକଙ୍କ ଭଳି ଏହାର ପ୍ରଭାବ ବଲିଉଡ ସେଲିବ୍ରିଟିଙ୍କ ଉପରେ ପଡ଼ିଛି। ସେଲିବ୍ରିଟିମାନେ ନିଜ ବିଦେଶ ଗସ୍ତ ମଧ୍ୟ ବାତିଲ କରୁଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କ ଗ୍ରୀସ ଗସ୍ତ ବାତିଲ କରିଛନ୍ତି। ଗ୍ରାସର ଆନ୍ଥେସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ଉର୍ବଶୀ। କୋରୋନା ଭାଇରସ ଯୋଗୁଁ ଉର୍ବଶୀ ତାଙ୍କ ବିଦେଶ ଗସ୍ତ ବାତିଲ କରିଛନ୍ତି।

ନିକଟରେ ଅଭିନେତ୍ରୀ ଦୀପିକା ପାଦୁକୋନ କୋରୋନା ଭୟରେ ନିଜର ଫ୍ରାନ୍ସ ଗସ୍ତ ବାତିଲ କରିଥିଲେ।  ତେବେ କେବଳ ବିଦେଶ ଗସ୍ତ ନୁହେଁ କୋରୋନା ପାଇଁ ବଲିଉଡ ସେଲିବ୍ରିଟିଙ୍କ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଦେଖିବାକୁ ମିଳିଛି। ସେଲିବ୍ରିଟିମାନେ ମଧ୍ୟ ମୁହଁରେ ମାସ୍କ ବାନ୍ଧି ଯିବା ଆସିବା କରୁଛନ୍ତି।

Comment