ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ଦିବସରେ ମହିଳାମାନଙ୍କ ପାଇଁ ବଡ଼ ଉପହାର। ଏଣିକି ଏନ୍‌ଡିଆର୍‌ଏଫ୍‌ରେ ସାମିଲ ହେବେ ମହିଳା ଯବାନ। ପ୍ରତି ଏନ୍‌ଡିଆର୍‌ଏଫ୍‌ ବାଟାଲିୟନରେ ଗୋଟିଏ ଲେଖାଏଁ ମହିଳା ୟୁନିଟ ରହିବ। ପ୍ରତି ୟୁନିଟରେ ୧୩୨ ଜଣ ମହିଳା ଯବାନ ଓ ଅଧିକାରୀ ରହିବେ। ଏନେଇ ସୂଚନା ଦେଇଛନ୍ତି ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ।

ଏହାସହ ମୁଣ୍ଡଳିସ୍ଥିତ ୩ୟ ବାଟାଲିୟନରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ଏନ୍‌ଡିଆରଏଫ୍‌ ଡିଜି। ଖୁବଶୀଘ୍ର ଏନ୍‌ଡିଆର୍‌ଏଫ୍‌ରେ ମହିଳା ଯବାନ ନିୟୋଜିତ ହେବେ ବୋଲି ଡିଜି ସୂଚନା ଦେଇଛନ୍ତି। ମହିଳା ଦିବସରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଡିଜି।

ପୂର୍ବରୁ ଏନ୍‌ଡିଆର୍‌ଏଫ୍‌ରେ କେବଳ ପୁରୁଷ ଯବାନମାନଙ୍କୁ ନିଯୁକ୍ତି ଦିଆଯାଉଥିଲା। ବର୍ତ୍ତମାନ ମହିଳାମାନଙ୍କୁ ଶସକ୍ତିକରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

Comment