ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ଏବେ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଉପରେ ସଙ୍କଟ ସୃଷ୍ଟି କରିଛି। ଯେଉଁ କାରଣରୁ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ଘୁଞ୍ଚିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ କୋରୋନା ଭାଇରସ ଯୋଗୁ ଘୁଞ୍ଚିବ ବୋଲି ସୂଚନା ମିଳିଛି। ଏହାକୁ ଅଳ୍ପ କିଛି ଦିନ ପାଇଁ ଘୁଞ୍ଚାଇଦେବାକୁ ଯୋଜନା କରାଯାଉଛି। ତେବେ ଏନେଇ ଶେଷ ନିଷ୍ପତ୍ତି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ନେବ ବୋଲି କୁହାଯାଉଛି।ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଲେ ଏହା ବ୍ୟାପିବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଷ୍ଟାଡ଼ିୟମରେ ବହୁ ସଂଖ୍ୟାରେ ଲୋକ ଖେଳଦେଖିବାକୁ ଆସିଲେ କୋରୋନା ଭାଇରସ ସହଜରେ ବ୍ୟାପିବ ବୋଲି କୁହାଯାଉଛି। ତେଣୁ ଏହାକୁ ଘୁଞ୍ଚାଇବାକୁ ନେଇ ଆଲୋଚନା ହେଉଛି।
ଏହାପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ୍ ତାରିଖ ଘୁଞ୍ଚିବ ନାହିଁ ବୋଲି ଘୋଷଣା କରିଥିଲେ। କୋରୋନା ଭାଇରସ କିନ୍ତୁ ଯେଉଁଭଳି ଭାବରେ ବ୍ୟାପିବାରେ ଲାଗିଛି ତାକୁ ଦେଖି ତାରିଖ ଘୁଞ୍ଚାଇବା ଆବଶ୍ୟକ ବୋଲି ମହାରାଷ୍ଟ୍ର ସରକାର ପକ୍ଷରୁ କୁହାଯାଉଛି।
ଏପରି ହେଲେ ଟୁର୍ଣ୍ଣାମେଣ୍ଟ ଏଥର ଫିକା ପଡ଼ିଯିବ। କାରଣ ନିଧାର୍ଯ୍ୟ ସମୟରେ ଖେଳ ନହେଲେ ଅନେକ ଖେଳାଳି ନିଜ ଦେଶକୁ ମ୍ୟାଚ୍ ଫେରିଯିବେ ଏବଂ ଆଇପିଏଲ୍ ଦଳମାନେ ନିଜର ବିଦେଶୀ ଖେଳାଳିଙ୍କୁ ହରାଇବାକୁ ପଡ଼ିପାରେ।