ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସର ମୁକାବିଲା ପାଇଁ ଭାରତ ଏକ ବଡ ପଦକ୍ଷେପ ନେଇଛି। ବୁଧବାର ଭାରତ ସରକାର ବିଶ୍ୱର ସମସ୍ତ ଦେଶକୁ ଜାରି ହୋଇଥିବା ଭିସାକୁ ରଦ୍ଦ କରିଦେଇଛନ୍ତି। ଏପ୍ରିଲ ୧୫ ପର୍ଯ୍ୟନ୍ତ ଏହି ଭିସା ବାତିଲ କରାଯାଇଛି, ଅର୍ଥାତ୍ କରୋନା ଯୋଗୁଁ ବିଶ୍ୱର କୌଣସି ନାଗରିକ ଭାରତ ଆସିପାରିବେ ନାହିଁ।

ଯଦି ଜଣେ ଭାରତୀୟ ବିଦେଶରୁ ଫେରିବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍କ୍ରିନିଂ କରିବାକୁ ପଡ଼ିବ ଏବଂ ୧୪ ଦିନ ଯାଏଁ ତାଙ୍କୁ ଅବଜରଭେସନରେ ରହିବାକୁ ପଡ଼ିବ।

ସେହିପରି ଭାରତୀୟ ନାଗରିକଙ୍କୁ ବି ପରାମର୍ଶ ଦିଆଯାଇଛି। ଯଦି ଜରୁରୀ ନାହିଁ ତେବେ କୌଣସି ବ୍ୟକ୍ତି ବିଦେଶ ଗସ୍ତ କରନ୍ତୁ ନାହିଁ ବୋଲି ସରକାର ପରାମର୍ଶ ଦେଇଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା କୋରୋନ ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି।

Comment