ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶେଷ କରି ଯଦି କାହାର ଥଣ୍ଡା, ଜ୍ୱର ଏବଂ କାଶ ସହିତ ନିଃଶ୍ୱାସ ନେବାରେ ଅସୁବିଧା ହେଉଥାଏ, ଏବଂ ସେ ନିକଟରେ ଭ୍ରମଣ କରିଥାନ୍ତି ବା ବାହାରୁ ଆସିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି ତେବେ ନିଶ୍ଚୟ ଡାକ୍ତରଖାନାରେ ରିପୋର୍ଟ କରି ରୋଗ ବ୍ୟାପିବା କମ୍ କରିବାରେ ସାହାଯ୍ୟ କରନ୍ତୁ

ଖୁବ କମ୍ ସମୟ ମଧ୍ୟରେ ୧୧୮ଟି ଦେଶରେ କାୟା ବିସ୍ତାର କରିଛି କୋରୋନା ଭାଇରସ। ସାରାବିଶ୍ୱରେ ଏବେ ସୁଦ୍ଧା ୧୨୫,୨୮୮ ଆକ୍ରାନ୍ତ ହୋଇଥିବା ବେଳେ ୪୬୧୪ ଜଣଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଭାରତରେ ୭୪ ଜଣଙ୍କଠାରେ ଏହି ଭାଇରସ ଚିହ୍ନିତ ହୋଇଛି।

ଆଗାମୀ ଦିନରେ  ଏହି ରୋଗୀଙ୍କର ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମହାମାରୀ ବା ପାଣ୍ଡେମିକ ଭାବରେ ଘୋଷଣା କରାଯାଇଛି।

ଅତୀତରେ କୌଣସି ମହାମାରୀ ସହଜରେ ନିୟନ୍ତ୍ରିତ ହେବାର ନଜିର ନାହିଁ।  ବହୁ ଧନ ଜୀବନ ହାନୀର ଇତିହାସ ରହିଛି। ତେଣୁ ଏହାକୁ ଅଣଦେଖା ନ କରି ସତର୍କତା ଅବଲମ୍ବନ କରିବା ଉଚିତ୍। ଆମ ସଚେତନତା, ସୂଚନା ଓ ସାବଧାନତା ହିଁ ଆମକୁ ରକ୍ଷା କରିପାରିବ।

ଆଶ୍ୱସ୍ତିର ବିଷୟ, ଏବେ କୋରୋନା ଭାଇରସ ବ୍ୟାପିବା ମନ୍ଥର ହୋଇଛି। ସମସ୍ତ ଦେଶ ଏହି ରୋଗ ବ୍ୟାପିବା ପ୍ରତିରୋଧ କରିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୋରୋନାର ମହାମାରୀକୁ ଦୃଢ ହସ୍ତରେ ଦମନ କରିବାକୁ ସମସ୍ତେ ଆଗେଇ ଆସିଛନ୍ତି।

Comment