ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟକୁ ମାର୍ଚ୍ଚ ୩୧ ଯାଏଁ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୩୧ତାରିଖ ଯାଏଁ ସମସ୍ତ କ୍ଲାସକୁ ବାତିଲ କରାଯାଇଛି। ତେବେ କର୍ମଚାରୀ ଓ ଅଧ୍ୟାପକମାନଙ୍କୁ ନିୟମିତ ଭାବେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଯଥାଶୀଘ୍ର ହଷ୍ଟେଲ୍ ଖାଲି କରିବାକୁ ପରାମର୍ଶ ଦେଇଛନ୍ତି କୁଳପତି। ଉତ୍କଳ ବିଶ୍ୱବିଦ୍ୟାଳୟରେ କୌଣସି ସଭା ସମିତି କରିବା ଉପରେ କଟକଣା ଜାରି ହୋଇଛି।  ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଇ-ରିସୋର୍ସର ବ୍ୟବସ୍ଥା କରାଯିବ। ଏହାଛଡ଼ା ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ସମସ୍ୟା ନେଇ ଅଧ୍ୟାପକମାନେ ଇଣ୍ଟରନେଟ୍ ଜରିଆରେ ସେମାନଙ୍କ ସହ ସମ୍ପର୍କ କରିପାରିବେ।

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶୁକ୍ରବାର ରାଜ୍ୟ ସରକାର ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ କଲେଜ୍ ଛୁଟି ଘୋଷଣା କରିଥିଲେ। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

Comment