ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 

କରୋନା ମୁକାବିଲା ପାଇଁ ଗଣମାଧ୍ୟମର ସହଯୋଗ ଲୋଡ଼ିଲେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି। ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନକରିବାକୁ ଅପିଲ କରିଛନ୍ତି।

ସେ କହିଛନ୍ତି ଯେ, ଏହି ଜଟିଳ ପରିସ୍ଥିତିରେ ଗଣମାଧ୍ୟମର ସଠିକ୍ ସହଯୋଗର ଆବଶ୍ୟକ ରହିଛି । କରୋନା ଚିକିତ୍ସାରେ ନିୟୋଜିତ ଡାକ୍ତରଙ୍କ ବାଇଟ ନିଅନ୍ତୁ ନାହିଁ। ଏହାଛଡ଼ା କରୋନା ପୀଡ଼ିତଙ୍କ ପରିଚୟ ଗୁପ୍ତ ରଖନ୍ତୁ। କରୋନା ପୀଡ଼ିତଙ୍କ ପରିଚୟ ପ୍ରଘଟ ହେଲେ ଏହା ତାଙ୍କ ପରିବାର ପ୍ରତି ବିପଜ୍ଜନକ ହୋଇ ପାରେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଆକ୍ରନ୍ତ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହାସହ ଯୁବକ ଜଣକ ମାର୍ଚ୍ଚ ୬ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ  ଯେଉଁମାନଙ୍କ ସହ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ଟ୍ରେସ କରିବାକୁ ଚେଷ୍ଟା କରାଯାଉଛି।

ବର୍ତ୍ତମାନ କରୋନା ଆକ୍ରାନ୍ତ ହୋଇଥିବା ଯୁବକ ଜଣକ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରହିଛନ୍ତି। ତାଙ୍କ ପରିଚୟ ପ୍ରଘଟ କରାଯିବ ନାହିଁ। ସେ ମାର୍ଚ୍ଚ ୬ତାରିଖରେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ।  ୧୨ମାର୍ଚ୍ଚରେ ସେ ଭୁବନେଶ୍ୱରରେ ପହଞ୍ଚି ୧୪ ମାର୍ଚ୍ଚରେ ଏକ ଘରୋଇ ମେଡିକାଲରେ ନିଜର କରୋନା ଯାଞ୍ଚ କରାଇଥିଲେ।  ୧୫ମାର୍ଚ୍ଚରେ ଆରଏମଆରସିରୁ ଯୁବକଙ୍କ କରୋନା ରିପୋର୍ଟ ପଜିଟିଭି ଆସିଥିଲା।

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ଜଣ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କର ରିପୋର୍ଟ ପିଜିଟିଭ ଆସିଛି। କରୋନାକୁ ନେଇ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Comment