ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମୋବାଇଲ ଡାକିପାରେ କରୋନା। ମଙ୍ଗଳବାର ଗୀତ ଗୋବିନ୍ଦ ସଦନରେ ଏଭଳି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି।

ଜଣେ ସାଧାରଣ ବ୍ୟକ୍ତି ଦିନକ ମଧ୍ୟରେ ୨ହଜାର ୬ଶହ ଥର ମୋବାଇଲ ଛୁଇଁଥାଏ। ସେହିଭଳି ୭୬ଥର ମୋବାଇଲ ବ୍ୟବହାର କରିଥାଏ। ଅନେକ ସମୟରେ ଆମେ ମୋବାଇଲ ଫୋନକୁ ଏଣେତେଣେ ରଖି ଦେଇଥାଉ। ଏହାଦ୍ୱାରା ମଧ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରନ୍ତ ହେବାର ସମ୍ଭାବନା ରହିଛି।

ଏଥିପାଇଁ ମୋବାଇଲ ବ୍ୟବହାର ବେଳେ କେତେକ ବିଶେଷ କଥା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି।

ମୋବାଇଲ ଫୋନକୁ ସବୁବେଲେ ନିଜ ବ୍ୟାଗ୍ କିମ୍ବା ପକେଟରେ ରଖନ୍ତୁ। ଯଦି ପାରୁଛନ୍ତି ମୋବାଇଲ ଫୋନ ଅନ୍ୟକୁ ବ୍ୟବହାର କରିବକୁ ଦିଅନ୍ତୁ ନାହିଁ।

କରୋନା ଭାଇରସଠାରୁ ରକ୍ଷା ପାଇବାକୁ ଦିନକ ମଧ୍ୟରେ ଅନ୍ତତଃ ୪ରୁ ୬ଥର ମୋବାଇଲକୁ ସାବୁନ ପାଣି କିମ୍ବା ସାନିଟାଇଜରରେ ସଫା କରନ୍ତୁ।

ଓଡ଼ିଶାରେ ପ୍ରଥମ କୋରନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକରା ସମସ୍ତ ପ୍ରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରବା ପାଇଁ ଗାଇଡ଼ଲାଇନ ଜାରି ହୋଇଛି। କରୋନା ଭାଇରସକୁ ନେଇ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Comment