ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 

ଥଣ୍ଡା, ଜ୍ଵର ଅନୁଭବ କଲେ ୧୪ଦିନ ଛୁଟିରେ ଯିବେ ସରକାରୀ କର୍ମଚାରୀ। ଏହି ୧୪ଦିନ ଛୁଟିରେ ହୋମ ଆଇସୋଲେସନରେ ରହିବେ ସରକାରୀ କର୍ମଚାରୀ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ଏହାସହ ସମସ୍ତ ସରାକରୀ ଅଫିସରେ ଟଏଲେଟରେ ହ୍ୟାଣ୍ଡୱାସ ରଖିବା ସହ ସଫାସୁତୁରା ରଖିବାକୁ ପରାମର୍ଶ ଦିଆଯାଇଛି। କର୍ମଚାରୀଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଥଣ୍ଡା, ଜ୍ଵର ଅନୁଭବ କଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଥିବା ନେଇ ଗୁରୁବାର ରାଜ୍ୟସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସୂଚନା ଦେଇଛନ୍ତି।

ଭାରତରେ ବର୍ତ୍ତମାନ ସୁଦ୍ଧା ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସହିଭଳି ଦେଶରେ ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ନିକଟସ୍ଥ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି। ଲୋକଙ୍କୁ ସାମଜିକ ଦୂରତା ରକ୍ଷା କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Comment