ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରିଥିବା ଅନୁଧ୍ୟାନ ଅନୁଯାୟୀ ଚୀନର ଉହାନ ସହରରେ ପ୍ରଥମେ କରୋନା ଭାଇରସ ଦେଖା ଦେଇଥିଲା। ପ୍ରାଥମିକ ଅବସ୍ଥାରେ ଚୀନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏହାକୁ ଗୁରୁତର ଭାବେ ନେଇ ନଥିଲା। ଫଳରେ ଅଳ୍ପ ଦିନ ମଧ୍ୟରେ କରୋନା ଭାଇରସ ଉହାନ ସହରରେ ବ୍ୟାପିବା ସହ ଚୀନର ବିଭିନ୍ନ ଅଞ୍ଚଳକୁ ଖେଳି ଯାଇଥିଲା। ପରବର୍ତ୍ତୀ ସମୟରେ ଚୀନରୁ ଏହା ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିବା ଫଳରେ ଏହା ଏକ ବିଶ୍ୱ ମହାମାରୀର ରୂପ ନେଇଛି।

Comment