ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଅତୀତରେ ହୋଇଥିବା ବିଭନ୍ନ ଭୂତାଣୁଜନିତ ସଂକ୍ରମଣରେ ଦେଖାଯାଇଛି ଯେ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଲୋକେ ଏଥିରେ ଅଧିକ ସଂକ୍ରମିତ ହୋଇଥାନ୍ତି। ଯେପରିକି ୧୯୮୦ରେ ଦେଖାଦେଇଥିବା ଫ୍ଲୁ ପ୍ରଭାବରେ ସମଗ୍ର ବିଶ୍ୱରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଏହାଦ୍ୱାରା ମୁଖ୍ୟତଃ ଯୁବଗୋଷ୍ଠୀ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲେ। ସେହିପରି ୨୦୧୫-୧୬ରେ ବ୍ରାଜିଲ୍ରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ଜିକା ଭୂତାଣୁଜନିତ ସଂକ୍ରମଣର ଶିକାର ମୁଖ୍ୟତଃ ଗର୍ଭବତୀ ମହିଳାମାନେ ଥିଲେ। ଜିକା ଭୂତାଣୁ ଗର୍ଭସ୍ଥ ଶିଶୁମାନଙ୍କ ମସ୍ତିଷ୍କକୁ ଆକ୍ରମଣ କରୁଥିଲା।

ସେହିପରି ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବୟସ୍କ ଲୋକଙ୍କୁ ଅଧିକ ପ୍ରଭାବିତ କରିଥିବା ଦେଖିବାକୁ ମଳିଛି। ଅଧ୍ୟୟନରୁ ଜଣାପଡିଛି ଯେ ୩୫ ବର୍ଷରୁ କମ୍ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଏହାର ପ୍ରଭାବ କମ୍‌ ହେଲେ, ବୟସ ବୃଦ୍ଧି ହେବା ସହିତ ବିଶେଷକରି ୪୦ ବୟସ  ମଧ୍ୟରେ ଲୋକମାନଙ୍କ କ୍ଷେତ୍ରରେ ଏହି ସଂକ୍ରମଣଜନିତ ମୃତ୍ୟୁହାର ଅଧିକ ରହିଛି । ଚୀନ୍ରେ ଉତ୍ପତ୍ତି ହୋଇଥିବା ଏହି ଭୂତାଣୁ ଦ୍ୱାରା ସମଗ୍ର ବିଶ୍ୱରେ ୮୦, ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ସେହିପରି, ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡିଛି ଯେ ୧ରୁ ୧୯ ବର୍ଷ ବୟସ ବର୍ଗ ମଧ୍ୟରେ ଥିବା ପିଲାମାନଙ୍କ କ୍ଷେତ୍ରରେ ଏହି ସଂକ୍ରମଣର ହାର ମାତ୍ର ୧ ପ୍ରତିଶତ ପ୍ରତିଶତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ମୃତ୍ୟୁର ଶିକାର ହୋଇନାହାନ୍ତି। ୧୦ରୁ ୧୯ ବର୍ଷ ବୟସ ବର୍ଗରେ ମଧ୍ୟ ଏହି ସଂକ୍ରମଣର ହାର ୧ ପ୍ରତିଶତ ବୋଲି ଅଧ୍ୟୟନରୁ ଜଣାପଡିଛି।

ବୟସ୍କଙ୍କ କ୍ଷେତ୍ରରେ କିନ୍ତୁ ଏହି ଭୂତାଣୁ ଯୋଗୁଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେଉଥିବା ଅଧ୍ୟୟନରୁ ଜଣାପଡିଛି। ଅଧ୍ୟୟନରୁ ଏହା ଜଣାପଡିଛି ଯେ ୭୦ରୁ ୮୦ ବର୍ଷ ମଧ୍ୟରେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୮ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୮୦ ବା ଅଧିକ ବୟସ୍କ ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଥିବା ଅଧ୍ୟୟନରୁ ଜଣାପଡିଛି।

କେବଳ କେତେକ ନିର୍ଦ୍ଦିଷ୍ଟ ବୟସ ବର୍ଗର ଲୋକ ଯେ ସମ୍ବେଦନଶୀଳ ଅଟନ୍ତି ତାହା ନୁହେଁ, ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ, ବିଭିନ୍ନ ପ୍ରକାରର ଫୁସ୍‌ଫୁସ୍ ରୋଗ ଯେପରି ସିଓପିଡି ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କ ପାଇଁ ମଧ୍ୟ ଏହା ମାରାତ୍ମକ ହୋଇପାରେ। ଧୂମପାନ କରିବା ମଧ୍ୟ ଏହି ସଂକ୍ରମଣ ପାଇଁ ନିର୍ଣ୍ଣାୟକ ପ୍ରମାଣିତ ହୋଇପାରେ। ହେଲେ, କରୋନା ଭୂତାଣୁ ସଂକ୍ରମଣକୁ ଏଡେଇବା ପାଇଁ ଜଣେ ବ୍ୟକ୍ତିର ରୋଗ ପ୍ରତିରୋଧ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି।

Comment