ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

୨୦୨୧ ମସିହା ଜନଗଣନା ଓ ଏନପିଆର୍ ପକ୍ରିୟା ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା କାରଣରୁ ଏହି ପକ୍ରିୟା କିଛି ଦିନ ପାଇଁ ବନ୍ଦ ରଖିବାକୁ ନବୀନ ଚିଠି ଲେଖିଛନ୍ତି।

ଆସନ୍ତା ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବାର କାର୍ଯ୍ୟକ୍ରମ ରହିଛି। ସାରା ଦେଶରେ ଏବେ କରୋନା ଭାଇରସ୍ ବ୍ୟାପୁଛି, ତେଣୁ ଏଭଳି ପରିସ୍ଥିତିରେ ଜନଗଣନା କରାଗଲେ ଏହା ଲୋକମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ନବୀନ ଚିଠିରେ ଲେଖିଛନ୍ତି।

ଏଭଳି ହେଲେ ଜନଗଣନା କରିବାକୁ ଆସୁଥିବା ଫିଲଡ୍ ଅଧକାରୀ ଓ  ସାଧାରଣ ଲୋକମାନେ କରୋନା ଭାଇରସରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଏହି ପକ୍ରିୟାକୁ କିଛି ସମୟ ପାଇଁ ବନ୍ଦ ରଖିଯିବା ଉଚିତ୍ ବୋଲି ନବୀନ ଚିଠିରେ ଲେଖିଛନ୍ତି।

ସାରା ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେହିଭଳି ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୨କୁ ବୃଦ୍ଧି ପାଇଛି।

Comment