ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାଧାରଣତଃ କରୋନା ଭାଇରସ ଭଳି କୌଣସି ଭାଇରସର ସିଧାସଳଖ କୌଣସି ଚିକିତ୍ସା ଏପର୍ଯ୍ୟନ୍ତ ସମ୍ଭବପର ହୋଇନାହିଁ। ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ କ୍ରିଟିକାଲ କେୟାର ଏବଂ ପଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡାକ୍ତର ସମୀର ସାହୁଙ୍କ କହିବା ଅନୁଯାୟୀ ରୋଗୀଙ୍କ ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଇଥାଏ। କରୋନା ପ୍ରଭାବିତ ରୋଗୀଙ୍କ ଅବସ୍ଥା ଜଟିଳ ହେଲେ ଅକ୍ସିଜେନ୍‌ ଦେବାକୁ ପଡ଼ିପାରେ।

ସେହିପରି କେତେକ କ୍ଷେତରେ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥାଏ। ତେବେ କରୋନା ପ୍ରଭାବିତ ରୋଗୀଙ୍କର ଚିକିତ୍ସାର ପ୍ରଥମ ପଦକ୍ଷେପ ହେଉଛି ତାଙ୍କୁ ଆଇସୋଲେନ କରି ରଖିବା ଯାହଫଳରେ ତାଙ୍କଠାରୁ ଭୂତାଣୁ ଅନ୍ୟମାନଙ୍କୁ ବ୍ୟାପିବ ନାହିଁ।

Comment