ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ


କନିକା କପୁରଙ୍କ ସହ ଲକ୍ଷ୍ନୌରେ ଏକ ପାର୍ଟିରେ ଯୋଗ ଦେଇଥିବା ୪୫ ଲୋକଙ୍କ ନମୁନା କରୋନା ନେଗେଟିଭ ଆସିଛି। ଏହି ପାର୍ଟିରେ ଉତ୍ତରପ୍ରଦେଶର ସ୍ଵାସ୍ଥ୍ୟମନ୍ତ୍ରୀ ଜୟପ୍ରତାପ ସିଂହ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ନମୁନା ମଧ୍ୟ ନେଗେଟିଭ ଆସିଛି।

କନିକା ମାର୍ଚ୍ଚ ୧୫ ତାରିଖରେ ଲଣ୍ଡନରୁ ଲକ୍ଷ୍ନୌକୁ ଫେରିଥିଲେ। ଫେରିଲା ବେଳେ ସେ ବିମାନବନ୍ଦର ଯାଞ୍ଚରୁ ରକ୍ଷା ପାଇବା ପାଇଁ କିଛି କର୍ମଚାରୀଙ୍କ ସାହାଯ୍ୟରେ ସେଠାରୁ ଲୁଚି ପଳାଇ ଆସିଥିଲେ। ପରେ ସେଠାରୁ ଆସିବା ପରେ ସେ ଏକ ହୋଟେଲରେ ରହିଥିଲେ। ଏହାସହ ଏକ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ।

ପରେ ତାଙ୍କୁ ସନ୍ଦେହ କରାଯାଇ ତାଙ୍କ ନମୁନା ଟେଷ୍ଟ କରାଯାଇଥିଲା। ତାଙ୍କ ନମୁନା ପଜିଟିଭ ଆସିବା ପରେ ପାର୍ଟିରେ ତାଙ୍କ ସହ ଯୋଗ ଦେଇଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହାସହ କନିକା ରହିଥିବା ହୋଟେଲ ମଧ୍ୟ ଏବେ ଯାଏଁ ବନ୍ଦ ରହିଛି।

କନିକା କପୁର ଯେଉଁ ପାର୍ଟିରେ ଯୋଗ ଦେଇଥିଲେ ସେଥିରେ ୧୦୦ରୁ ଅଧିକ ସେଲିବ୍ରିଟି ଓ ରାଜନେତା ମଧ୍ୟ ଯୋଗ ଦେଇଥିଲେ। କନିକା କରୋନା ଆକ୍ରାନ୍ତ ଜାଣିବା ପରେ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ପରେ ସେମାନଙ୍କର ନମୁନା ନେଗେଟିଭ ବାହାରିବା ପଡ଼େ ସମସ୍ତଙ୍କୁ ଆଶ୍ଵସ୍ତି ମିଳିଛି।

Comment