ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

corona-virus-test

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭୦ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ ରିପୋର୍ଟ ଆସି ସାରିଛି। ଏଥିରୁ ୬୭ ନମୁନା ନେଗେଟିଭ ଓ ୨ଟି ପଜିଟିଭ ଅଛି। ଏନେଇ ଆଜି ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ପିଜିଟିଭ୍‌ ଥିବା ୨ଟି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୬ ଜଣ ଆସିଥିଲେ। ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଥିଲା ବେଳେ ୩ ଜଣଙ୍କୁ ଖୋଜା ଚାଲିଛି। ୩ ଜଣଙ୍କୁ ଖୋଜିବା ପାଇଁ ୯ଟି ସ୍ଵତନ୍ତ୍ର ଟିମ୍‌ ଗଠନ ହୋଇଛି।

ଆଜି କରୋନାର ଅପଡେଟ୍‌କୁ ନେଇ ସୁବ୍ରତ ବାଗ୍‌ଚୀ ସାମ୍ଵାଦିକ ସମ୍ମିଳନୀ କରିଥିଲେ। ରବିବାରଠୁ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍‌ ଡାଉନ୍‌ ଘୋଷଣା କରିଥିବା ନେଇ ସୁବ୍ରତ ବାଗ୍‌ଚୀ ସୂଚନା ଦେଇଥିଲେ। ଏହି ସମୟରେ ଜରୁରୀ ସେବା ପ୍ରଦାନ କରାଯିବ ବୋଲି କୁହାଯାଇଛି।

କରୋନା ଭାରତରେ ଯେତିକି କାୟା ବିସ୍ତାର କରି ଚାଲିଛି, ସରକାର ସେତିକି ସତର୍କତା ଅବଲମ୍ଵନ କରୁଛନ୍ତି। ସେହିପରି ଓଡ଼ିଶା ସରକାର ମଧ୍ୟ ଦିନକୁ ଦିନ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନାକୁ ରୋକିବାକୁ ଲୋକମାନଙ୍କୁ ସଚେତନ କରୁଛନ୍ତି।

Comment