ଓଡ଼ିଶାଲାଇଭ୍କରୋନା ବ୍ୟୁରୋ

କେବଳ ମାସ୍କ ପିନ୍ଧିଲେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରି ହେବ ତାହା ଭାବିବା ଭୁଲ। କାରଣ ଠିକ ଭାବେ ମାସ୍କର ବ୍ୟବହାର କରି ନଜାଣିଲେ ଏଥରୁ କୌଣସି ଫାଇଦା ମିଳିନଥାଏ।

  • ମାସ୍କ ବାନ୍ଧିବା ପୂର୍ବରୁ ପ୍ରଥମେ ହାତକୁ ଆଲକହଲଯୁକ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ।
  • ଏହାପରେ ମାସ୍କକୁ ମୁହଁରେ ବାନ୍ଧନ୍ତୁ। ବାନ୍ଧିବା ପରେ ନାକ ପାଖରେ ଥିବା ମେଟାଲ ଷ୍ଟ୍ରିପକୁ ଟାଇଟ୍‌ କରନ୍ତୁ।
  • ମାସ୍କକୁ ଭଲ ଭାବରେ ସାଇଜ୍‌ କରନ୍ତୁ, ଯେପରି ମାସ୍କ ମୁହଁ ଭିତରେ ଫାଙ୍କା ରହିବ ନାହିଁ।
  • ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।
  • ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍‌କୁ କାଢ଼ନ୍ତୁ, ତୁରନ୍ତ ଡଷ୍ଟବିନ୍‌ରେ ପକାନ୍ତୁ, ହାତକୁ ସାବୁନରେ ଧୁଅନ୍ତୁ।

Comment