ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଚିନ୍ତାରେ ସାରା ବିଶ୍ଵ। ଏହାକୁ ବ୍ୟାପିବାରୁ ରୋକିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଏହା ମଧ୍ୟରେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନ୍‌ ଭାରତୀୟମାନଙ୍କୁ ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି। ସେ ହିନ୍ଦୀରେ ଟୁଇଟ କରି ଏହି ବାର୍ତ୍ତା ଦେଇଛନ୍ତି।

ସେ ଟୁଇଟରରେ ଲେଖିଛନ୍ତି, “ଭାରତକୁ ମୋର ନମସ୍କାର। ଆମେ ସବୁ କରୋନା ଭାଇରସ୍‌କୁ ହରାଇବାକୁ ଏକାଠି ଅଛୁ। ଆମେ ସବୁ ଆମ ସରକାରଙ୍କର କଥା ମାନିବା ଓ କିଛି ଦିନ ପାଇଁ ଘରେ ରହିବା। ଏହି ସମୟ ହେଉଛି ଆମକୁ ଚାଲାକ ରହିବାର ସମୟ।”

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାକୁ ଦେଶରେ ବ୍ୟାପିବାରୁ ରୋକିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି।

ସେହିପରି ଏହି ଭାଇରସ୍‌ ଯୋଗୁଁ ବିଶ୍ଵରେ ୨ ଲକ୍ଷ ୩୪ ହଜାର ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ହାଜାର ୮୪୦ ଜଣଙ୍କ ମୃତ୍ୟୁ ହୋଇଛି।

Comment