ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦଶପଲ୍ଲା ୬ ଦିନ ସଟଡାଉନ୍
  • ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ନୟାଗଡ଼ରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ହେଉଛି। ଗତ ଦୁଇ ଦିନ ମଧ୍ୟରେ ପୁଣି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦଶପଲ୍ଲା ବ୍ଲକ ଟାକରା ଅଞ୍ଚଳର ଜଣେ ୬୫ ବର୍ଷର ବୃଦ୍ଧ। ସେ କିଡ୍‌ନି ରୋଗରେ ପୀଡିତ ଥିଲେ। ଅନ୍ୟ ଜଣେ ରଣପୁର ବ୍ଲକ ଚାନ୍ଦପୁରର ୮୨ ବର୍ଷିୟା ବୃଦ୍ଧା। ଉଭୟଙ୍କର ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି।

ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୬୨୫ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ୬୭ ଜଣ ଚିହ୍ନଟ ହୋଇଛନ୍ତି। ଏସବୁ ଦିଗକୁ ଦୃଷ୍ଟିରେ ରଖି ଦଶପଲ୍ଲା ଏନ୍ ଏ ସି କୁ ସଟଡାଉନ୍ କରାଯାଇଛି। ଅଗଷ୍ଟ ୧ ସକାଳ ୬ଟାରୁ ଅଗଷ୍ଟ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସହରାଞ୍ଚଳରେ ସଟ୍‌ଡାଉନ୍‌ ଜାରି ରହିବ ବୋଲି ଜିଲ୍ଲାପାଳ ଡାକ୍ତର ପୋମା ଟୁଡ଼ୁ ଘୋଷଣା କରଛନ୍ତି। ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment