ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କଲାଣି କଲବଲ। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ନିୟମ ଲାଗୁ କରି କରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଯେତେ ଉଦ୍ୟମ କଲେ ବି ସେଥିରେ ସୁଫଳ ମିଳୁନି। ପ୍ରତିଦିନ ଆକ୍ରାନ୍ତ ଓ ମୃତକ ସଂଖ୍ୟା ବଢ଼ି ଚାଲିଛି। ଆଜିର ୬ ଜଣ ମୃତକଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦୩ ଛୁଇଁଛି।

CGU newଗତ ମାର୍ଚ୍ଚ ମାସରୁ କରୋନାର ପ୍ରକୋପ ଓଡ଼ିଶାରେ ଦେଖିବାକୁ ମିଳିଥିଲା। ମାର୍ଚ୍ଚ ମାସରେ କରୋନା କାହାର ଜୀବନ ନେଇ ନଥିଲା। ଏପ୍ରିଲ ୮ ତାରିଖରେ ପ୍ରଥମ କରୋନା ମୃତ୍ୟୁ  ହୋଇଥିଲା। ଭୁବନେଶ୍ୱରର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ଚାରିଆଡ଼େ ଭୟ ଖେଳିଥିଲା। ହେଲେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ନଥିଲା। ଏପ୍ରିଲରୁ ଜୁନ୍‌ ମାସ ଭିତରେ ୨୫ ଜଣଙ୍କ ଜୀବନ ଯାଇଥିଲା। ଜୁଲାଇ ଆରମ୍ଭରୁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ୫ରୁ ୬ ଜଣଙ୍କ ଜୀବନ ନେଉଛି କରୋନା। ବିଶେଷକରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କ୍ଷତି ହେଉଛି।

ଜୁଲାଇ ୨ରେ କରୋନା ୨ ଜଣଙ୍କ ଜୀବନ ନେଇଥିବା ବେଳେ ୩ ତାରିଖରେ ୨ ଜଣ, ୪ ତାରିଖରେ ୫ ଜଣ, ୫ରେ ୨ ଜଣ, ୬ରେ ୨ ଜଣ, ୭ରେ ୪ ଜଣ, ୮ରେ ୬ ଜଣ, ୯ରେ ୪ ଜଣଙ୍କ ଜୀବନ ନେଇଥିଲା କରୋନା। ସେହିପରି ୧୦ ତାରିଖରେ ୪ ଜଣ, ୧୧ରେ ୫ ଜଣ, ୧୨ରେ ୩ ଜଣ, ୧୩ରେ ୬ ଜଣ, ୧୪ରେ ୪ ଜଣ, ୧୫ରେ ୩ ଜଣ, ୧୬ରେ ୨ ଜଣ, ୧୭ରେ ୪ ଜଣଙ୍କ ଜୀବନ ଯାଇଥିଲା।

୧୮ ତାରିଖରେ ୩ ଜଣ, ୧୯ରେ ୫ ଜଣ, ୨୦ରେ ୬ ଜଣ ଏବଂ ୨୧ରେ ୬ ଜଣଙ୍କ ଜୀବନ ନେଇଛି ଏହି କରୋନା ମହାମାରୀ।

ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଏହି ମୃତ୍ୟୁ ସଂଖ୍ୟା ଆଜି ୧୦୦ ପାର୍‌ କରିଛି।

Comment