ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି କରୋନା ଭାଇରସ। ଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି। କରୋନାର ସଫଳ ମୁକାବିଲା ପାଇଁ ମାର୍ଚ୍ଚ ୨୨ରେ ପାଳନ ହେବ ଜନତା କର୍ଫ୍ୟୁ। ଏଥିପାଇଁ ୧୩୦ କୋଟି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଏହାସହିତ ରାଜ୍ୟ ସରକାର ଓ ବିଭିନ୍ନ ସଙ୍ଗଠନକୁ ଜନତା କର୍ଫ୍ୟୁର ନେତୃତ୍ୱ  ନେବାକୁ କହିଛନ୍ତି ମୋଦୀ। ମୋଦୀଙ୍କ ଏହି ଅପିଲକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ଲୋକେ ମଧ୍ୟ ଏହି ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି।

ଏବେ ଆସନ୍ତୁ ଜାଣିବା ଜନତା କର୍ଫ୍ୟୁ ପାଇଁ କ’ଣ ରହିଛି ମୋଦୀଙ୍କ ଅପିଲ?

  • ରବିବାର ସକାଳ ୭ଟାରୁ ରାତି ୯ଟା ଯାଏଁ ଘରେ ରହନ୍ତୁ।
  • ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ।
  • ସନ୍ଧ୍ୟା ୫ଟାରେ ତାଳି ମାରି ଜରୁରୀ ସେବା କର୍ମୀଙ୍କୁ ଧନ୍ୟବାଦ ଦିଅନ୍ତୁା
  • କିଛି ସପ୍ତାହ ପାଇଁ  କେବଳ ଜରୁରୀ କାମରେ ଘରୁ ବାହାରନ୍ତୁା
  • ବରିଷ୍ଠ ନାଗରିକମାନେ  ଆଦୌ ଘରୁ ବାହାରନ୍ତୁ ନାହିଁ।

ସେହିପରି ମୋଦୀ କହିଛନ୍ତି କରୋନା ମୁକାବିଲା ପାଇଁ ଦୁଇଟି ଜିନିଷର ଆବଶ୍ୟକତା ରହିଛି। ଗୋଟିଏ ହେଉଛି ସଂକଳ୍ପ ଓ ଅନ୍ୟଟି ସଂଯମ।

ମୋଦୀ କହିଛନ୍ତି ଦେଶର ପ୍ରତି ନାଗରିକ ଏହା ସଂକଳ୍ପ କରନ୍ତୁ ଯେ, ସେମାନେ ନିଜକୁ ଓ ଅନ୍ୟମାନଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିବେ। ସେମାନେ ଭିଡ଼ ଥିବା ସ୍ଥାନକୁ ନଯାଇ ସଂଯମ ରକ୍ଷା କରିବେ। କରୋନା ଭାଇରସର ନିରାକରଣ ପାଇଁ କିଛି ଔଷଧ ବାହାରିନଥିବାରୁ ସଚେତନ ରହିବାକୁ ମୋଦୀ ଅପିଲ କରିଛନ୍ତି।

Comment