ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଡାକ୍ତରଙ୍କ କହିବା କଥା ହେଲା ଯେ କୌଣସି ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ତେବେ କରୋନା ସଂକ୍ରମିତ ବା କରୋନା ଆଶଙ୍କା କରାଯାଉଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଦରକାର। ବଜାରରେ ବିଭିନ୍ନ ପ୍ରକାରର ମାସ୍କ ମିଳିଥାଏ। ସାଧାରଣ ସର୍ଜିକାଲ ମାସ୍କ ହେଉ ବା ଏନ୍‌ ୯୫ ଆବଶ୍ୟକ ହେଲେ ହିଁ ମାସ୍କ ପିନ୍ଧନ୍ତୁ। ତେବେ ଯେଉଁମାନେ ଜରୁରୀ କାରଣରୁ ବସ୍‌, ଟ୍ରେନ୍‌ ବା ଫ୍ଲାଇଟରେ ଯାତ୍ରା କରୁଛନ୍ତି ସେମାନେ ନିଜର ତଥା ଅନ୍ୟର ସୁରକ୍ଷା ପାଇଁ ଯାତ୍ରା ସମୟରେ ମାସ୍କ ପିନ୍ଧିପାରନ୍ତି।

Comment