ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଯୋଗୁଁ ଭାରତରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଭାରତରେ ମୃତ୍ୟୁ ସଂଖ୍ୟାକୁ ୫କୁ ବୃଦ୍ଧି ପାଇଛି। ମୃତକ ଜଣକ ମହାରାଷ୍ଟ୍ରର ୬୩ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏନେଇ ମହାରାଷ୍ଟ୍ର ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଛି।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଇଁ ଆହ୍ଵାନ ଦେଇଥିଲା ବେଳେ ଏହା ମଧ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହାକୁ ଭାରତ ସରକାର ପୂରାପୂରି ସଜାଗ ରହିଛନ୍ତି। କିଭଳି କରୋନା ଭାଇରସ୍‌କୁ ରୋକି ହେବ ସେ ନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଆଜି ଜନତା କର୍ଫ୍ୟୁ ପାଇଁ ସାରା ଦେଶରେ ଏକ ପ୍ରକାର ଠପ୍‌ ହୋଇଯାଇଛି। ସେହିପରି ରାଜ୍ୟରେ ମଧ୍ୟ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାସ୍ତାଘାଟ ଶୂନଶାନ ଓ ବନ୍ଦ ଦୋକାନ ବଜାର ବନ୍ଦ ରହିଛି।

Comment