ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଦିନ କରୋନା ସମ୍ପର୍କରେ ବଢ଼ିଚାଲିଛି ସଚେତନତା। ଏ ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ଡିଜିଟାଲ ମିଡିଆ। ଏହି ମିଡିଆ କହିଲେ ଆମେ ଓ୍ୱେବସାଇଟ୍‌ ସହ ବିଭିନ୍ନ ସୋସିଆଲ ମିଡିଆକୁ ବୁଝିବା। ଉଦାହରଣସ୍ୱରୂପ, ଓଡ଼ିଶାଲାଇଭ୍‌ ଡିଜିଟାଲ ପ୍ଲାଟ୍‌ଫର୍ମର ‘ହେଲୋ’ ସୋସିଆଲ ପେଜ୍‌ରେ ଦୈନିକ ଭିୟୁ ସଂଖ୍ୟା ୧୦ ଲକ୍ଷ ଟପିଯାଇଛି।

ସୋସିଆଲ ମିଡିଆରେ ଓଡ଼ିଶାଲାଇଭ୍‌ ନିଜକୁ ଏକ ଲୋକପ୍ରିୟ ଡିଜିଟାଲ ପ୍ଲାଟ୍‌ଫର୍ମ ଭାବେ ପ୍ରତିଷ୍ଠିତ କରିପାରିଛି। ଏହାର ‘ହେଲୋ’ ପେଜ୍‌ରେ ଗତ ତିନି ଦିନ ଧରି ଭିୟୁ ସଂଖ୍ୟା ୧ ମିଲିୟନ୍‌ ଅର୍ଥାତ ୧୦ ଲକ୍ଷ ଉପରେ ରହିଛି।

ଗତ ଶୁକ୍ରବାର ଦିନ ଏହା ୧୩ ଲକ୍ଷ ଓ ଶନିବାର ଦିନ ୧୧ ଲକ୍ଷ ଥିବା ବେଳେ ରବିବାର ଦିନ ୧୦ ଲକ୍ଷରୁ ଅଧିକ ରହିଛି। ଅର୍ଥାତ ଗତ ତିନି ଦିନ ମଧ୍ୟରେ ‘ହେଲୋ’ ପ୍ଲାଟ୍‌ଫର୍ମରେ ପ୍ରାୟ ୩୫ ଲକ୍ଷ ଭିୟୁ ପାଇଛି ଓଡ଼ିଶାଲାଇଭ୍‌। ସେହିପରି ‘ହେଲୋ’ ପେଜ୍‌ରେ ପ୍ରତିଦିନ ବଢ଼ିଚାଲିଛି ଫଲୋୟର ସଂଖ୍ୟା। ବର୍ତ୍ତମାନ ଓଡ଼ିଶାଲାଇଭ୍‌ର ୨୯ହଜାରରୁ ଅଧିକ ଫଲୋୟର ଅଛନ୍ତି।

କରୋନା ସଂକ୍ରମଣ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ଡିଜିଟାଲ ପ୍ଲାଟ୍‌ଫର୍ମ ସ୍ୱାସ୍ଥ୍ୟପ୍ଲସ୍‌ ସହ ମିଶି ଓଡ଼ିଶାଲାଇଭ୍‌ ଆରମ୍ଭ କରିଛି ଏକ ବ୍ୟାପକ ମିଡିଆ କ୍ୟାମ୍ପେନ୍‌। ଏହାର ନାଁ ରହିଛି ‘କରୋନାକୁ ଡରନା’। ପ୍ରତିଦିନର ଖବରକୁ ଟେକ୍ସଟ୍‌ ଏବଂ ଭିଡିଓ ମାଧ୍ୟମରେ ପରିବେଷଣ କରିବା ଛଡ଼ା ବିଭିନ୍ନ ଧାରାରେ କରୋନା ସଚେତନତା ଜାରି ରଖିଛି ଏହି ମିଡିଆ।

‘‘କରୋନା ଭଳି ଏକ ସମ୍ବେଦନଶୀଳ ବିଷୟରେ ଖବର ପରିବେଷଣ କରିବା ବା ସଚେତନତାର ବାର୍ତ୍ତା ପ୍ରସାର କରିବା ବେଳେ ଓଡ଼ିଶାଲାଇଭ୍‌ ଏକ ଗୁରୁତ୍ୱପୂର୍ଣ୍ଣ ମିଡିଆର ଭୂମିକା ଗ୍ରହଣ କରିଆସୁଛି। ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ ପାଠକ ଓ ଦର୍ଶକ ଆମର ନ୍ୟୁଜ୍‌ ପୋର୍ଟାଲ ତଥା ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଯୋଡ଼ି ହେଉଛନ୍ତି। ଯେତେ ଅଧିକ ପାଠକ ଆମଠାରୁ ଖବର ପାଇବା ପାଇଁ ନିର୍ଭର କରିବେ ଆମର ଦାୟିତ୍ୱ ସେତେ ଅଧିକ ବଢ଼ିଯାଉଛି। ଏଥିପାଇଁ ଓଡ଼ିଶାଲାଇଭ୍‌ ନ୍ୟୁଜ୍‌ ଟିମ୍‌ ସଚେତନ ଓ ପ୍ରସ୍ତୁତି ରହିଛି’’, କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

Comment