ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଲକ୍‌ଡାଉନ ପୂର୍ବରୁ ଏସ୍‌ସି ଓ ଏସ୍‌ଟି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନଙ୍କ ନିକଟକୁ ପଠାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

କରୋନା ମୁକାବିଲା କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରୀରୁ ସମ୍ପୂର୍ଣ୍ଣ ରାଜ୍ୟ ଲକ୍‌ଡାଉନ ହେବ। ଏହାପୂର୍ବରୁ ଆଜି ସନ୍ଧ୍ୟା ସୁଦ୍ଧା ୧୬ ଜିଲ୍ଲାର ଏସ୍‌ସି ଓ ଏସ୍‌ଟି ହଷ୍ଟେଲରେ ଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକ ନିକଟକୁ ପଠାଯିବ। ସେମାନେ କିଭଳି ସୁରକ୍ଷିତ ଭାବରେ ସେମାନଙ୍କ ଅଭିଭାବକଙ୍କ ନିକଟରେ ପହଞ୍ଚିବେ ସେନେଇ ବିଶେଷ ଧ୍ୟାନ ଦିଆଯିବ। ଏନେଇ ୧୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି।

୩ଦିନ ତଳେ ୫ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହାପରେ ଗତ ସୋମବାର ସୋମବାର ୯ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଆଜି ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍‌ଡାଉନ ଘୋଷଣା କରାଯାଇଛି।

ଦେଶରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ୫୪୮ ଜିଲ୍ଲା ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା ହୋଇଛି।

Comment