ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସେଲଫ୍‌ କ୍ୱାରେଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା। ଯଦି ଆପଣ କୌଣସି କରୋନା ସଂକ୍ରମିତ ବା କରୋନା ସନ୍ଦିଗ୍ଧଙ୍କ ସଂପର୍କରେ ଆସିଥାନ୍ତି ଏବଂ ଆପଣ ସୁସ୍ଥ ଅଛନ୍ତି ତେବେ ସେଲଫ୍‌ କ୍ୱାରେଣ୍ଟାଇନ ଲାଗି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ଭାଇରସରେ ଆଉ କାହାକୁ ସଂକ୍ରମିତ ହେବାକୁ ନଦେବା।

ଅର୍ଥାତ ଯଦି ଆପଣ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ଆପଣଙ୍କ ଭିତରେ କରୋନାର ଲକ୍ଷଣ ପ୍ରକାଶ ପାଇନଥାଏ ତେବେ ସେଲଫ୍‌ କ୍ୱାରେଣ୍ଟାଇନ ହେବା ଫଳରେ ଆପଣଙ୍କ ମାଧ୍ୟମରେ ଏହି ଭାଇରସ ଅନ୍ୟ କାହାକୁ ସଂକ୍ରମଣ କରିପାରେ ନାହିଁ। ତେବେ ସେଲଫ୍‌ କ୍ୱାରେଣ୍ଟାଇନରେ ରହିଲା ବେଳେ ପ୍ରାତଃ ଭ୍ରମଣ ବା ବ୍ୟାୟମ କରିବା ଉପରେ କୌଣସି କଟକଣା ନାହିଁ।

Comment