ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ରେ ଆଡ୍‌ଭାଇଜର୍‌ ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍‌ ୪ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା– ଅବସରପ୍ରାପ୍ତ IFS ଅଫିସର୍‌ ହୋଇଥିବେ କିମ୍ବା ଅତିକମ୍‌ରେ Addl. PCCF. VRS ପଦବୀରେ କାମ କରିଥିବେ।

ବୟସ– ୨୦୨୦ ମାର୍ଚ୍ଚ ୧୨ ସୁଦ୍ଧା ୬୨ ବର୍ଷ ବୟସ ହୋଇଥିବ।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଏମ୍‌ସିଏଲ୍‌ ଓ୍ଵେବ୍‌ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ନିଜର ବାୟୋଡାଟା ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌କୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା- ଦି ଅଫିସ୍‌ ଅଫ୍‌ ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌, ମହାନଦୀ କୋଲ୍‌ ଫିଲ୍ଡ୍‌ସ୍‌ ଲିମିଟେଡ୍‌, ଏଟ୍‌/ପୋ- ଜାଗୃତି ବିହାର, ବୁର୍ଲା, ଜିଲ୍ଲା-ସମ୍ବଲପୁର-୭୬୮୦୨୦, ଓଡ଼ିଶା

ଅଧିକ ସୂଚନା ପାଇଁ mahanadicoal.in ରେ କ୍ଲିକ୍‌ କରନ୍ତୁ।

Source: www.chakiri.plus

Comment