ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହୋଇପାରେ ‘ମହାଭାରତ’ ଓ ‘ରାମାୟଣ’। ରମାନନ୍ଦ ସାଗରଙ୍କ ‘ରାମାୟଣ’ ଓ ବିଆର୍‌ ଚୋପ୍ରାଙ୍କ ‘ମହାଭାରତ’ ବହୁ ଲୋକପ୍ରିୟ ସରିଏଲ ଥିଲା। ଗତକିଛି ଦିନ ହେବ ଦେଶରେ ଲକଡାଉନ ପାଳନ ହେଉଥିବାରୁ ସୋସିଆଲ ମିଡିଆରେ ପୁଣି ଥରେ ଏହି ସିରିଏଲ ପ୍ରସାରଣ ପାଇଁ ଦାବି ହେଉଛି।

ପ୍ରସାର ଭାରତୀର ସିଇଓ ଶଶି ଶେଖର ଟୁଇଟ କରି କହିଛନ୍ତି, ‘‘ଖୁବଶୀଘ୍ର ଏହି ସୋ’କୁ ପୁନଃ ପ୍ରସାରଣ କରାଯିବ। ଏହାର ସମୟ ମଧ୍ୟ ପ୍ରକାଶ ପାଇବ’’।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ଭାଇରସ ପାଇଁ ମନୋରଞ୍ଜନ ଶିଳ୍ପ ପ୍ରଭାବିତ ହୋଇଛି। ଏବେ ନୂଆ ଫିଲ୍ମ ରିଲିଜ ହେଉନାହିଁ କି ଟିଭି ସିରିଏଲର ସୁଟିଂ କରାଯାଉନାହିଁ। ଏଭଳି ପରିସ୍ଥିତିରେ ପ୍ରାୟ ସମସ୍ତ ଟିଭି ଚ୍ୟାନେଲ ସିରିଏଲର ରିପିଟ୍‌ ଟେଲିକଷ୍ଟ ଦେଖାଇବାକୁ ବାଧ୍ୟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ‘ରାମାୟଣ’ ଓ ମହାଭାରତକୁ ରିପିଟ ଟେଲିକାଷ୍ଟ ପାଇଁ ନିଷ୍ପତ୍ତି ନେଇଛି।

‘ରାମାୟଣ’ ଏବଂ ‘ମହାଭାରତ’ ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ସୋ’। ଏହି ସିରିଏଲରେ ଅଭିନୟ କରୁଥବା ଅଭିନେତା ଓ ଅଭିନେତ୍ରୀଙ୍କ ଭଗବାନ ମାନୁଥିଲେ ଲୋକେ।

Comment