ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଖବର କାଗଜ ବିତରଣକୁ ଅତ୍ୟାବଶ୍ୟକ କଲେ ରାଜ୍ୟ ସରକାର। ଖବର କାଗଜ ପରିବହନ ପାଇଁ ନ୍ୟୁଜପ୍ରିଣ୍ଟ ପରିବହନ ଚାଲୁ ରହିବ। ଏହାସହ ଖବର କାଗଜ ପକାଇବା ପାଇଁ ହକରଙ୍କୁ ୩ ଘଣ୍ଟା ସମୟ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର।

ସକାଳ ୪ଟାରୁ ୭ଟା ମଧ୍ୟରେ ଖବର କାଗଜ ପକାଇବେ ହକର। ଏହି ୩ ଘଣ୍ଟା ପରେ କୌଣସି ସ୍ଥାନରେ ଖବର କାଗଜ ପକାଯିବ ନାହିଁ।

ଏହାସହ ରାଜ୍ୟ ସରକାର ଆଜି କରୋନା ମୁକାବିଲା ପାଇଁ ଦେଶର ପ୍ରଥମ କରୋନା ହସ୍ପିଟାଲ ପାଇଁ ଚୁକ୍ତି ସ୍ଵାକ୍ଷର କରିଛନ୍ତି। ସମ୍‌ ଓ କିମ୍ସକୁ ୧ ହଜାର ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ ପାଇଁ ଏହି ଚୁକ୍ତି ସ୍ଵାକ୍ଷର ହୋଇଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଗାମୀ ଦିନରେ କରୋନାକୁ କିପରି ବ୍ୟାପିବାରୁ ରୋକା ଯାଇପାରିବ ସେନେଇ ମଧ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାସହ ପୂର୍ବରୁ ଭାରତ ସରକାର ୨୧ ଦିନ ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here