ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶ କରୋନା ସଙ୍କଟ ସହ ସଂଘର୍ଷ କରୁଛି। ଏହି ବିଶ୍ୱସ୍ତରୀୟ ମହାମାରୀକୁ ଦୂର କରିବା ପାଇଁ ସରକାର କଠିନ ପରିଶ୍ରମ କରୁଛନ୍ତି। ଏହି ସମୟରେ ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ ଗୁରୁବାର ଦୁଇଟି ବଡ଼ ଘୋଷଣା କରିଛନ୍ତି। କରୋନା ପାଇଁ ସରକାର କରୁଥିବା ଯୁଦ୍ଧରେ ସହାୟତା ଭାବେ ସେ ୨ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି।

ପିଏମଙ୍କ ରିଲିଫ ପାଣ୍ଠିକୁ ସେ ୧ କୋଟି ଟଙ୍କା ପ୍ରଦାନ କରିବେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି କହିଛନ୍ତି।

ଏଥିସହିତ ‘ଜନ ସେନା’ ମୁଖ୍ୟ ପବନ କଲ୍ୟାଣ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ମୋଦୀଙ୍କର ପ୍ରେରଣାଦାୟକ ନେତୃତ୍ୱ ନିଶ୍ଚିତ ଭାବରେ ଆମ ଦେଶକୁ କରୋନା ଭାଇରସରୁ ରକ୍ଷା କରିବ ବୋଲି ସେ ତାଙ୍କ ଟୁଇଟରେ ଲେଖିଛନ୍ତି।

Comment