ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସରେ ମୃତ୍ୟୁବରଣ କଲେ ସ୍ପେନର ରାଜକୁମାରୀ ମାରିଆ ଟେରେସା। ୮୬ ବର୍ଷ ବୟସରେ ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

ଏନେଇ ତାଙ୍କର ଭାଇ ପ୍ରିନ୍ସ ସିକ୍ସଟୋ ଏନ୍ରିକ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଭଉଣୀ ତଥା ସ୍ପେନ୍ ରାଜପରିବାରର ରାଜକୁମାରୀ ମାରିଆ ଟେରେସାଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି। ଏବେ ତାଙ୍କର ମୃତ ଦେହ ପ୍ୟାରିସରେ ଅଛି। ତାଙ୍କର ମରଶରୀରକୁ କୁ ମାଦ୍ରିଦ ଅଣାଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ସ୍ପେନରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୫,୯୮୨ଛୁଇଁଛି।

Comment