ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ଦ୍ୱିତୀୟ ସପ୍ତାରେ ଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧର୍ମସମ୍ମିଳନୀକୁ ନେଇ ଚିନ୍ତା ବଢ଼ିଛି। ଏହି ସମ୍ମିଳନୀରେ କେଉଁ ରାଜ୍ୟରୁ କିଏ ଯୋଗ ଦେଇଥିଲେ ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତକାଲି କେନ୍ଦ୍ରାପଡ଼ାର ଦୁଇ ଜଣ ଚିହ୍ନଟ ହୋଇଥିଲେ ଆଜି ଜୟପୁରରୁ ୨ ଜଣ ଏବଂ ଯାଜପୁର ଜିଲ୍ଲାର ଜଣେ ଚିହ୍ନଟ ହୋଇଛନ୍ତି।

କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଦିଲ୍ଲୀ ନିଜାମୁଦ୍ଦିନ୍‌ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। ହେଊେ ଏପର୍ଯ୍ୟନ୍ତ ସେମାନେ ନିଜ ଘରକୁ ଫେରି ନାହାନ୍ତି। ଜଣେ ଆନ୍ଧ୍ରରେ ଥିବା ବେଳେ ଆଉ ଜଣେ ଦିଲ୍ଲୀରେ ଅଛନ୍ତି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।

ଏପଟେ ଯାଜପୁର ଜିଲ୍ଲାରେ ଜଣେ ବ୍ୟକ୍ତି ନିଜାମୁଦ୍ଦିନରୁ ଫେରିଥିବା ଜଣାପଡ଼ିଛି। ଏହି ବ୍ୟକ୍ତିଙ୍କୁ ନେଇ ଜିଲ୍ଲା ପ୍ରଶାସନ ଡାକ୍ତରଖାନାରେ ଆଇସୋଲେସନରେ ରଖିଛି। ତାଙ୍କ ପରିବାରକୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଗତକାଲି କେନ୍ଦ୍ରାପଡ଼ାରୁ ଯେଉଁ ଦୁଇ ଜଣ ବ୍ୟକ୍ତି ଚିହ୍ନଟ ହୋଇଥିଲେ ସେମାନଙ୍କ ଭିତରୁ ଜଣେ ପଟ୍ଟାମୁଣ୍ଡାଇର ହୋଇଥିବା ବେଳେ ଆଉ ଜଣେ ଆଳିର।

Comment