ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର କରୋନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଦିଲ୍ଲୀର କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ଚିକିତ୍ସା କରି ନିଜର ପ୍ରାଣ ହରାନ୍ତି ତେବେ ସରକାର ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିବ।

ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରୋନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ କହିଥିଲେ ଯେ, ବର୍ତ୍ତମାନ ଦେଶର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଦେଶର ଯବାନମାନଙ୍କ ଭଳି ଦେଶସେବା କରୁଛନ୍ତି। ଯଦି ଦିଲ୍ଲୀରେ କୌଣସି ସ୍ୱାସ୍ଥ୍ୟକର୍ମୀ ଏଭଳି ସେବା କରୁ କରୁ ନିଜର ପ୍ରାଣ ହରାନ୍ତି। ତେବେ ତାଙ୍କର ପରିବାରକୁ ସରକାରଙ୍କ ତରଫରୁ ୧ କୋଟି ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯିବ।

ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏହି ସୁବିଧା ରହିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି  ଯେ, ଦିଲ୍ଲୀରେ କରୋନା ପୂରାପୂରି କଣ୍ଟ୍ରୋଲରେ ଅଛି। ସେଠାରେମୃତକଙ୍କ ସଂଖ୍ୟା ବୃଦ୍ଧି ପାଇନଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତେଟା ନାହିଁ। ତେଣୁ କରୋନାକୁ ନେଇ ଦିଲ୍ଲୀର ସ୍ଥିତି ବର୍ତ୍ତମାନ ଭଲ ଅଛି ବୋଲି ସେ କହିଛନ୍ତି।

Comment