ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ସହିତ ଦେଶ ଯେଉଁ ଲଢ଼େଇ କରୁଛି ସେଥିରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ସେଲିବ୍ରିଟି। ଏଭଳି ବିପତ୍ତି ସମୟରେ ଦେଶ ପାଇଁ ଆର୍ଥିକ ସହାୟତା ଘୋଷଣା କରି ଆଗକୁ ଆସିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ନିଜ ଟୁଇଟର ଆକାଉଣ୍ଟରେ ସେଲିବ୍ରିଟିଙ୍କ ନାଁ ଲେଖି ପ୍ରଶଂସା କରିଛନ୍ତି ମୋଦୀ।

‘‘ଦେଶର ତାରକାମାନେ ଦେଶକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେ କେବଳ ଲୋକଙ୍କୁ ସଚେତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁନାହାଁନ୍ତି ବରଂ ପିଏମ କେୟାରରେ ଫଣ୍ଡରେ ଆର୍ଥିକ ସହଯୋଗ କରୁଛନ୍ତି’’, ଟୁଇଟରେ ଲେଖିଛନ୍ତି ମୋଦୀ।

ଅନ୍ୟପକ୍ଷରେ ପିଏମ କେୟାର ଫଣ୍ଡ୍‌ରେ ଟଙ୍କା ଦାନ କରୁଥିବା ତାରକାଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟ, ସାରା ଅଲ୍ଲୀ ଖାନ, କ୍ରିତି ସନନ, କପିଲ ଶର୍ମା, ବିରାଟ କୋହଲି, ଅନୁଷ୍କା ଶର୍ମା, ଅକ୍ଷୟ କୁମାର ଏହି ଫଣ୍ଡ୍‌କୁ ଟଙ୍କା ଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here