ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସମଗ୍ର ବିଶ୍ୱ ପାଇଁ କରୋନା ଏବେ ସଙ୍କଟ ପାଲଟିଛି। ଭାରତରେ ମଧ୍ୟ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ସମୟରେ, ବଲିଉଡର ଅନେକ ବଡ ସେଲିବ୍ରିଟି ଏହି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି| ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ କରୋନା ମୁକାବିଲା ପାଇଁ ସରକାରଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ ସରକାରଙ୍କ କିଭଳି ସାହାଯ୍ୟ କରୁଛନ୍ତି।

ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସ ମଧ୍ୟ ଭାରତରେ କରୋନା ଜୀବାଣୁ ମୁକାବିଲା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି। ପିଏମ ମୋଦୀ କେୟାର ଫଣ୍ଡ ଜରିଆରେ ନିକ ଏବଂ ପ୍ରିୟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ ନିକ ଏବଂ ପ୍ରିୟଙ୍କା ଅନେକ ଏନଜିଓରେ ମଧ୍ୟ ଦାନ ଦେଇଛନ୍ତି।

ଶିଳ୍ପା ଶେଟ୍ଟୀ

ଦୀର୍ଘ ଦିନ ଧରି ବଡ ପରଦାରେ ରାଜ କରି ଆସୁଥିବା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଦେଶକୁ ସହାୟତା କରିବାକୁ ଘୋଷଣା କରିଛନ୍ତି। ଆର୍ଥିକ ସହାୟତା ଭାବରେ ରେ ଶିଳ୍ପା ସେଟ୍ଟୀ ୨୧ ଲକ୍ଷ ଟଙ୍କା ଦେଇଛନ୍ତି।

ଅନୁଷ୍କା ଶର୍ମା

ଅଭିନେତ୍ରୀ ଅନୁଷ୍କା ଶର୍ମା, ସ୍ୱାମୀ ତଥା ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ କରୋନା ଭୂତାଣୁ ମୁକାବିଲା ପାଇଁ ସରକାରଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି। ତେବେ ଆର୍ଥିକ ସହାୟତା ଭାବରେ ଦିଆଯାଇଥିବା ରାଶି ସେ ପ୍ରକାଶ କରି ନାହାଁନ୍ତି।

ସାରା ଅଲ୍ଲୀ ଖାନ୍

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (ମହାରାଷ୍ଟ୍ର) କୁ ଆର୍ଥିକ ସହାୟତା ଦେଇଛନ୍ତି। ସାରା ଅଲି ଖାନ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ତେବେ ସାରା ଅଲି ଖାନ କେତେ ଟଙ୍କା ସାହାଯ୍ୟ କରିଛନ୍ତି ତାହା ଉଲ୍ଲେଖ କରି ନାହାଁନ୍ତି।

କ୍ୟାଟ୍ରିନା କୈଫ୍‌

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ କରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ କ୍ୟାଟ୍ରିନା ଏହା ପ୍ରକାଶ କରିଛନ୍ତି।

Comment