ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ତାଙ୍କ ଘର କଟକରେ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ପୂର୍ବରୁ ଓଡ଼ିଶାରେ କରୋନା ପଜିଟିଭ୍‌ ସଂଖ୍ୟା ୫ରେ ଥିଲା। ଆଜି କଟକରୁ ଆଉ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ତାଙ୍କୁ ଆଇସୋଲେସନରେ ରଖାଯାଇଛି।

କତକାଲି ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଜି ପ୍ରଥମ ରୋଗୀ ଘରକୁ ଫେରିଥିଲେ। ଏହି ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିଲା। ହେଲେ କଟକରୁ ଆଉ ଜଣେ ରୋଗୀ ଚିହ୍ନଟ ହେବା ପରେ ପୁଣି ଚିନ୍ତା ବଢ଼ିଛି।

Comment