ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବିଶ୍ୱର ଅଧିକାଂଶ ଦେଶ ଏବେ କରୋନା ଭାଇରସରେ ଆକ୍ରାନ୍ତ। ପ୍ରାୟ ୨ଶହରୁ ଅଧିକ ଦେଶ ବର୍ତ୍ତମାନ କରୋନା ଭାଇରସ୍ ସହ ଯୁଦ୍ଧ ଲଢୁଛନ୍ତି। ତେବେ ବିଶ୍ୱରେ ଏପରି ୯ଟି ଦେଶ ଅଛି ଯାହାକୁ କରୋନା ଭାଇରସ ଛୁଇଁ ପାରିନାହିଁ। ଏହି ଦେଶରେ କରୋନ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ‘ଶୂନ’ ହିଁ ଅଛି।

 

ଜନ୍ ହପକିନ୍ସ ୟୁନିଭରସିଟି ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତି କରିଛି। ଏହି ରିପୋର୍ଟରେ ବିଶ୍ୱର ଏହି ୯ଟି ଦେଶ କରୋନା କବଳରୁ ମୁକ୍ତ ଅଛନ୍ତି ବୋଲି ଦର୍ଶାଯାଇଛି।

ଜାଣନ୍ତୁ, ଏହି ୯ଟି ଦେଶର ନାଁ

ମଧ୍ୟ ଏସିଆରେ ଅବସ୍ଥିତ ଏକ ଦେଶ ହେଉଛି ତୁର୍କମେନିସ୍ତାନ। ଏଠାରେ ଆଜି ପର୍ଯ୍ୟନ୍ତ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଏପରିକି ଏଠାକାର ସରକାର ମାସ୍କ ପିନ୍ଧି ବୁଲାବୁଲି କରିବା କିମ୍ବା ଏହି ମହାମାରୀ ବିଷୟରେ କଥାବାର୍ତ୍ତା ହେବା ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇଛି।

ମଧ୍ୟ ଏସିଆର ଆଉ ଏକ ଦେଶ ହେଉଛି ତାଜିକିସ୍ତାନ। ଯେଉଁଠାକୁ ଲୋକମାନେ ମୁଖ୍ୟତଃ ପାହାଡ଼ ଚଢ଼ିବାକୁ ଯାଇଥାନ୍ତି। ଏଠାରେ ମଧ୍ୟ କରୋନା ହାର୍ ମାନିଛି। ବର୍ତ୍ତମାନ ସୁଦ୍ଧା ଏଠାରେ କୌଣସି ବି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଏଠାକାର ସରକାର ମାର୍ଚ୍ଚ ପହିଲାରୁ ୩୫ଟି ଦେଶର ନାଗରିକଙ୍କ ତାଙ୍କ ଦେଶକୁ ଆସିବାକୁ ମନା କରିଦେଇଛି। ବିଶ୍ୱର ଅନ୍ୟତମ ପ୍ରମୁଖ ରାଷ୍ଟ୍ର ଉତ୍ତର କୋରିଆ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା କବଳରୁ ମୁକ୍ତ ଅଛି। ଚୀନରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଉତ୍ତର କୋରିଆ ନିଜର ସୀମାକୁ ସିଲ୍ କରିଦେଇଥିଲା। ଯେଉଁ କାରଣରୁ କରୋନା ଯୁଦ୍ଧରେ ଆଜି ଉତ୍ତର କୋରିଆ ବିଜୟୀ ହୋଇଛି।

ଆଫ୍ରିକା ମହାଦେଶର ସୁଦାନରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ଦେଖିବାକୁ ମିଳିନାହିଁ। ଏହି ଦେଶର ଜନସଂଖ୍ୟା ୧.୧୧ କୋଟି। କରୋନା କାରଣରୁ ଏହି ଦେଶର ସୀମା ସିଲ୍ କରିଦିଆଯାଇଛି। ଫଳରେ ଏବେ ସୁଦାନକୁ ବିଦେଶୀ ରାଷ୍ଟ୍ରରୁ ଯିବା ଆସିବା ବନ୍ଦ ହୋଇଯାଇଛି।

ୟେମେନ୍ ମଧ୍ୟ ବର୍ତ୍ତମାନ ସୁଦ୍ଧା କରୋନାଠୁ ଦୂରରେ ରହିଛି। ଏହି ଦେଶର ମୋଟ୍ ଜନସଂଖ୍ୟା ୩ କୋଟି ରହିଥିବାବେଳେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି।

ସେହିଭଳି ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ବୁରୁଣ୍ଡି ମଧ୍ୟ କରୋନାଠୁ ଦୂରରେ ରହିଛି। ଏହି ଦେଶ ନିଜର ବନ୍ୟପ୍ରାଣୀ, ଜଙ୍ଗଲ ଓ ସବୁଜ ପରିବେଶ ପାଇଁ ବେଶ ପ୍ରସିଦ୍ଧ। ଏହି ଦେଶରେ ମଧ୍ୟ କରୋନା ନିଜର କାୟା ବିସ୍ତାର କରିପାରିନି।

ପୂର୍ବ ଆଫ୍ରିକାର ଆଉ ଏକ ଦେଶ ହେଉଛି ମାଲାବୀ। ଏହି ଦେଶ ନିଜର ବନ୍ୟପ୍ରାଣୀ, ଘଞ୍ଚ ଜଙ୍ଗଲ, ଜୀବଜନ୍ତୁ ଆଦି ପାଇଁ ପ୍ରସିଦ୍ଧ। ଏହି ଦେଶରେ ମଧ୍ୟ କରୋନା ପହଞ୍ଚିପାରିନାହିଁ।ଆଫ୍ରିକାର ଲିସୋଥୋ ଦେଶରେ ମଧ୍ୟ କରୋନା ନିଜର ବଂଶ ବିସ୍ତାର କରିପାରିନି। ପାହାଡ଼ ଓ ବନ୍ୟଜନ୍ତୁଙ୍କ ପାଇଁ ପ୍ରିସିଦ୍ଧି ଅର୍ଜନ କରିଥିବା ଏହି ଦେଶ କରୋନାଠୁ ଦୂରରେ ରହିଛି। ଏଠାକାର ଲୋକମାନେ କରୋନାକୁ ଅନୁଭବ କରିନାହାନ୍ତି।

ବିଶ୍ୱରେ କୋମୋରୋସ୍ ନାମକ ଏକ ଦେଶ ଅଛି। ଯାହା ଆଫ୍ରିକାରେ ଅବସ୍ଥିତ। ଏଠାକାର ଲୋକମାନେ ମଧ୍ୟ କରୋନା କବଳରୁ ମୁକ୍ତ ଅଛନ୍ତି।

 

Comment