ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋhow to wear mask

ଘରୁ ବାହାରକୁ ଗଲା ବେଳେ ମାସ୍କ ବ୍ୟବହାର କରନ୍ତୁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଜନସାଧାରଣଙ୍କୁ ଏହି ପରାମର୍ଶ ଦିଆଯାଇଛି।

‘‘ହାତକୁ ସ୍ୱଚ୍ଛ ରଖନ୍ତୁ, ଆଖି, ନାକ ଏବଂ ପାଟିକୁ ଛୁଅଁନ୍ତୁ ନାହିଁ। ସାମାଜିକ ଦୂରତା ବଜାୟ ରଖନ୍ତୁ, ବାରମ୍ବାର ଛୁଇଁଥିବା ବସ୍ତୁ ଏବଂ ପୃଷ୍ଠଗୁଡ଼ିକୁ ସଫା କରନ୍ତୁ, ଘର ଭିତରେ ରହନ୍ତୁ। କରୋନାରୁ ସୁରକ୍ଷିତ ରହନ୍ତୁ’’ ଟୁଇଟ କରି ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସଚେତନ କରାଇଛି।

ସେହିପରି ଶନିବାର ଦିନ ପ୍ରଥମ ଥର ପାଇଁ ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଥିଲା। ଲୋକେ ଘର ତିଆରି ଫେସ୍ ମାସ୍କ ବ୍ୟବହାର କରନ୍ତୁ। ଏହାଦ୍ୱାରା ସେମାନେ ବାରମ୍ବାର ସଫା କରି ପୁଣି ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା।

Comment