ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ କରୋନା ଭାଇରସ୍ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାରି ମଧ୍ୟରେ ସାରା ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ ବ୍ୟକ୍ତି ମୃତ୍ୟୁଘଟିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି। ଏବେ ୫୧୯୪ ଜଣ ଲୋକ ଭାରତରେ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ୪୦୧ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।corona ସାରା ବିଶ୍ୱରେ ୧୪ ଲକ୍ଷ ୩୧ହଜାର ୯୭୩ ଜଣ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୮୨ ହଜାର ୭୪ ଜଣ ଲୋକ ନିଜର ଜୀବନ ହରାଇ ସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୩ ଲକ୍ଷ ୨ ହଜାର ୨୦୯ଜଣ ବ୍ୟକ୍ତି କରୋନା କବଳରୁ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ରହିଛି।

Comment