ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା ମୁକାବିଲା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି
  • ୫୮୬ କୋଭିଡ୍‌ ହସ୍ପିଟାଲ
  • ୧ ଲକ୍ଷରୁ ଅଧିକ ଆଇସୋଲେସନ ବେଡ୍‌
  • ୧୧ ହଜାର ୫୦୦ ଆଇସିୟୁ ବେଡ୍‌

କରୋନା ଲଢ଼େଇ ଲଢୁଛି ସାରା ଦେଶ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସାରା ଦେଶରେ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଏହାସହ ସାରା ଦେଶରେ ୧ ଲକ୍ଷରୁ ଅଧିକ ଆଇସୋଲେସନ ବେଡ୍‌ ରହିଥିବା ବେଳେ ୧୧ ହଜାର ୫୦୦ ଆଇସିୟୁ ବେଡ୍‌ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ଭାରତରେ ବର୍ତ୍ତମାନ ସୁଦ୍ଧା ୬୪୩ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ୪୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୪୪୭ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩୯ ଛୁଇଁଛି।

ଲବ୍‌ ଅଗ୍ରୱାଲ କହିଥିଲେ, ‘‘ଦେଶରେ ଜନତା କର୍ଫ୍ୟୁ ଏବଂ ଲକ୍‌ଡାଉନ୍‌ର ସୁଫଳ ମିଳିଛି। ଯଦି ଲକ୍‌ଡାଉନ୍‌ ହୋଇ ନଥାନ୍ତା ତାହାଲେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଥାନ୍ତା। ହେଲେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାରରେ ସୀମିତ ରହିଛି।’’

coronaଏପଟେ ଲକ୍‌ଡାଉନ୍‌ ବଢ଼ିବ କି ନାହିଁ ସେନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ବିଭିନ୍ନ ରାଜ୍ୟ କିନ୍ତୁ ଲକ୍‌ଡାଉନ୍‌ ଅବଧି ନିଜ ରାଜ୍ୟରେ ବଢ଼ାଇ ସାରିଲେଣି। ପ୍ରଥମେ ଓଡ଼ିଶା ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ବଢ଼ାଇଥିବା ବେଳେ ପଞ୍ଜାବ, ମହାରାଷ୍ଟ୍ର ସରକାର ମଧ୍ୟ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ବଢ଼ାଇଥିଲେ। ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲକ୍‌ଡାଉନ୍‌ ବଢ଼ାଇଥିବା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ମମତା ଘୋଷଣା କରିଛନ୍ତି।

Comment