ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ନିୟମ ପାଳନ ନକରି ପୋଲିସ ଉପରକୁ ଆକ୍ରମଣ କଲେ କିଛି ଶିଖ୍ ଲୋକ।

ପଞ୍ଜାବରେ ଲକଡାଉନ୍ ନିୟମ ଭାଙ୍ଗିଲେ ଲୋକେ। କେବଳ ସେତିକି ନୁହେଁ ପୋଲିସ୍ କର୍ମୀମାନେ ଏଥିପାଇଁ ସେମାନଙ୍କୁ ବାରଣ କରିବାକୁ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ସହ ଜଣେ ପୋଲିସ୍ ଏଏସଆଇଙ୍କ ହାତ କାଟି ଦେଇଛନ୍ତି କିଛି ଶିଖ୍ ଲୋକ।

ରବିବାର ପଞ୍ଜାବର ପଟିୟାଲା ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସେହି ଅଞ୍ଚଳର ଏକ ପରିବା ମଣ୍ଡିରେ କିଛି ଲୋକ ବିନା କୌଣସି ପାସରେ ପଶିବାକୁ ଉଦ୍ୟମ କରିଥିଲେ। ଯେଉଁ କାରଣରୁ ପୋଲିସ୍ ତାଙ୍କୁ ସେଠାରେ ପ୍ରବେଶ କରିବାକୁ ବାରଣ କରିଥିଲା। କିନ୍ତୁ ଏହି ଲୋକମାନେ ପୋଲିସର କଥାକୁ ନମାନି ସେଠାରେ ପ୍ରବେଶ କରୁଥିଲେ। ପୋଲିସ୍ ଏହାପରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ସେଠାକୁ ଯିବାକୁ ମନା କରିଥିଲା।ଏହାପରେ ସେହି ଲୋକମାନେ ପୋଲିସ୍ କର୍ମୀମାନଙ୍କ ଉପରେ ଆକ୍ରମଣ କରିଥିଲେ। ଖଣ୍ଡା ଦ୍ୱାରା ଆକ୍ରମଣ କରିବା ଫଳରେ ତିନି ଜଣ ପୋଲିସ୍ କର୍ମୀ ଆହତ ହୋଇଛନ୍ତି। ଏପରିକି ଦୁର୍ବୁତ୍ତମାନେ ଜଣେ ପୋଲିସ ଏଏସଆଇଙ୍କ ହାତ ମଧ୍ୟ କାଟି ଦେଇଛନ୍ତି।

ପୋଲିସ୍ କର୍ମୀମାନଙ୍କୁ ଆକ୍ରମଣ କରିବା ପରେ ସେହି ଶିଖ୍ ଲୋକମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ପୋଲିସ ସେମାନଙ୍କ ପିଛା କରିବା ପରେ ସେ ବଲବାଡା ଅଞ୍ଚଳର ଏକ ଗୁରୁଦ୍ୱାରରେ ପଶିଯାଇଥିଲେ। ଗୁରୁଦ୍ୱାରରୁ ସେହି ଦୁର୍ବୁତ୍ତମାନେ ପୋଲିସ ଉପରକୁ ଗୁଳି ମଧ୍ୟ ଚଳାଇଛନ୍ତି ବୋଲି ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ୍ ଆକ୍ରମଣକାରୀଙ୍କୁ ଗିରଫ କରିପାରିନାହିଁ।

Comment