ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ସଂକ୍ରମଣରୁ ବର୍ତ୍ତି ପାରିନାହିଁ ବଲିଉଡ। ବଲିଉଡ ଜଗତର ବହୁ କଳାକାର ତଥା ତାଙ୍କ ପରିବାର କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପୁରବ କୋହଲି ମଧ୍ୟ ରହିଛନ୍ତି। ପୁରବ ଓ ତାଙ୍କ ପରିବାର ଲଣ୍ଡନ ରହୁଛନ୍ତି। ତେବେ କିଭଳି ସେ କରୋନା ଭାଇରସ ସହ ଶଂଘର୍ଷ କରି ଭଲ ହୋଇଛନ୍ତି ସେନେଇ ନିଜ କାହାଣୀ କହିଛନ୍ତି।

“ପ୍ରଥମେ ମୋ ଝିଅ ଦେହରେ ସାମାନ୍ୟ ଥଣ୍ଡା ଓ କାଶର ଲକ୍ଷଣ ଦେଖା ଦେଇଥିଲା। ଆମେ ଏହାକୁ ଏତେଟା ଗୁରୁତ୍ଵ ଦେଇନଥିଲୁ। କିଛି ଦିନ ପରେ ମୋ ପତ୍ନୀ ଓ ପୁଅ ମଧ୍ୟ ଥଣ୍ଡା, କାଶ ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ଏହାପରେ ମୋତେ ମଧ୍ୟ ଜ୍ଵର ହୋଇଥିଲା। ଏନେଇ ଆମେ ସ୍ଥାନୀୟ ଡାକ୍ତରଙ୍କ ସହ ପରାମର୍ଶ କରିଥିଲୁ। ସେ ଆମକୁ କରୋନା ଟେଷ୍ଟ କରିବାକୁ କହିଥିଲେ। କରୋନା ଟେଷ୍ଟରେ ଆମ ରିପୋର୍ଟ ପଜିଟିଭ୍ ଆସିଥିଲା।” ଏକ ସାକ୍ଷାତକାରରେ ଏହା କହିଛନ୍ତି ବଲିଉଡ ଅଭିନେତା ପୁରବ କୋହଲି।

ପୁରବ ଓ ତାଙ୍କ ପୂରା ପରିବାର ଲଣ୍ଡନରେ ବାସ କରନ୍ତି। ଲଣ୍ଡନରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ହେବାକୁ ଲାଗିଛି। ଏଥିରେ ପୁରବ କୋହଲି ଓ ତାଙ୍କ ପରିବାର ମଧ୍ୟ ବର୍ତ୍ତି ପାରିନଥିଲେ। ପ୍ରଥମେ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖା ଦେଇଥିଲା। ସେ ଏହାକୁ ଅଣଦେଖା କରିଦେଇଥିଲେ। ତେବେ ପୁରବଙ୍କ ବନ୍ଧୁମାନେ ତାଙ୍କୁ କରୋନା ଟେଷ୍ଟ କରେଇନେବାକୁ ପରାମର୍ଶ ଦେଇଥିଲେ। ଏହାପରେ ପୁରବ ଓ ତାଙ୍କ ପୂରା ପରିବାରର କରୋନା ଟେଷ୍ଟ ହୋଇଥିଲା। ଏହାପରେ ପୁରବଙ୍କ ପରିବାର କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା।

‘ଆମ ସଂସ୍ପର୍ଶରେ ଆସି ଅନ୍ୟମାନେ କରୋନା ଆକ୍ରାନ୍ତ ହୋଇଥିଲେ’

“ମୋ ଝିଅ କରୋନା ସଂକ୍ରମିତ ହୋଇଥିବା ନେଇ ଆମେ ଅବଗତ ନଥିଲୁ। ସେହି ସମୟରେ ଆମର ବହୁ ସମ୍ପର୍କୀୟ ଆମ ସଂସ୍ପର୍ଶରେ ଆସଥିଲେ। ଆମର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଆମ ସମ୍ପର୍କୀୟମାନେ ମଧ୍ୟ କରୋନା ଟେଷ୍ଟ କରାଇଥିଲେ। ସେମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା।” କହିଛନ୍ତି ପୁରବ କୋହଲି।

ପୁରବଙ୍କ ପରିବାର ସଂସ୍ପର୍ଶରେ ଆସି ତାଙ୍କ ସମ୍ପର୍କୀୟମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ଡାକ୍ତରଙ୍କ ପରାମର୍ଶ ନେବା ସହ ଘରେ ଆଇସୋଲେସନରେ ରହିଥିଲେ। ଏହି ସମୟରେ ସେ ବହୁ ସାବଧାନତାର ସହ ସମସ୍ତ କାମ କରୁଥିଲେ। ଘର ପରିବେଶ ସଫା ସୂତରା ରଖିବା ସହ ଡାକ୍ତର ଦେଇଥିବା ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିଲେ।

‘ସହଜ ନଥିଲା ଶଂଘର୍ଷ’

“କୋରନା ଭାଇରସରେ ସଂକ୍ରମିତ ହେବା ପରେ ଶରୀର ସବୁବେଳେ କ୍ଳାନ୍ତ ଅନୁଭବ କରୁଥିଲା। ଦେହରେ ସବୁବେଳେ ୧୦୩ରୁ ୧୦୪ ଡିଗ୍ରୀ ଜ୍ଵର ରହୁଥିଲା। ଏଥିପାଇଁ ଯତେଷ୍ଟ ପରିମାଣରେ ଆମେ ଶରୀରକୁ ବିଶ୍ରାମ ଦେବାକୁ ଚାହିଁଥିଲୁ।” କରୋନା ଭାଇରସଠାରୁ ଭଲ ହୋଇ ଫେରିବା ପରେ ଏହା କହିଛନ୍ତି ପୁରବ କୋହଲି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ସମ୍ବେଦନଶୀଳ ସମୟରେ ମୁଁ ଓ ଆଉ ମୋ ପରିବାର ଗରମ ପାଣି ବ୍ୟବହାର କରୁଥିଲୁ। ମୁଁ ଛାତି ଓ ଗଳାରେ ଯନ୍ତ୍ରଣା ଅନୁଭବ କରୁଥିଲି। ଏହାସହ ମୁଁ ଠିକ୍ ଭାବରେ ନିଶ୍ଵାସ ପ୍ରଶ୍ଵାସ ନେଇ ପାରୁନଥିଲି। ରାତି ରାତି ଧରି ଅନିଦ୍ରା ରହିବାକୁ ପଡ଼ୁଥିଲା। କିନ୍ତୁ ଆଇସୋଲେସନରେ ରହିବା ଓ ଡାକ୍ତରଙ୍କ ନିୟମିତ ପରାମର୍ଶ ଯୋଗୁଁ ଶେଷରେ ଆମେ କରୋନା ଭାଇରସଠାରୁ ମୁକ୍ତ ହୋଇଛୁ।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ପୁରବ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ଭାଇରସ ସାମାନ୍ୟ ଥଣ୍ଡା କାଶ ଭଳି ନୁହେଁ ବୋଲି ସେ ଲୋକେଙ୍କୁ ସଚେତନା କରାଇଛନ୍ତି। ବର୍ତ୍ତମାନ ପୁରବ ଓ ତାଙ୍କ ପରିବାର କରୋନା ଭାଇରସରୁ ସମ୍ପୁର୍ଣ୍ଣ ହୋଇ ସାରିଛନ୍ତି।

Comment