ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଅବଧିକୁ ମେ’ ୩ ପର୍ଯନ୍ତ ବୃଦ୍ଧି କରାଯାଇଛି। ତେବେ ଏହି ସମୟରେ ଦେଶବାସୀ ସାତଟି କଥା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି। ଏହି ସାତଟୋ କଥାକୁ ପାଳନ କଲେ ଭାରତ କରୋନା ଯୁଦ୍ଧରେ ବିଜୟୀ ହୋଇପାରିବ ବୋଲି ମୋଦୀ କହିଛନ୍ତି।

ଜାଣନ୍ତୁ, କ’ଣ ଏହି ସାତଟି କଥା?

  • ଲକଡାଉନ୍ ସମୟରେ ଘରର ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ବିଶେଷକରି ଯେଉଁମାନେ ପୂର୍ବରୁ ରୋଗଗ୍ରସ୍ତ ଅଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
  • ଲକଡାଉନ୍ ସମୟରେ ସାମାଜିକ ଦୂରତ୍ୱ ପାଳନ କରନ୍ତୁ। ଜରୁରୀକାମରେ ବାହାରକୁ ବାହାରୁଥିଲେ ଘରେ ତିଆରି କରାଯାଇଥିବା ମାସ୍କ ପିନ୍ଧି ବାହାରନ୍ତୁ।
  • ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆୟୁଷ ମନ୍ତ୍ରାଳୟର ନିୟମ ପାଳିବା ସହିତ ଗରମ ପାଣି ପିଅନ୍ତୁ।
  • ସମସ୍ତ ଦେଶବାସୀ ଆରୋଗ୍ୟ ସେତୁ ଆପ୍ ନିଶ୍ଚୟ ଡାଉନଲୋଡ୍ କରନ୍ତୁ।
  • ଲକଡାଉନ୍ ସମୟରେ ଗରିବ ଲୋକମାନଙ୍କ ସହାୟତା କରନ୍ତୁ। ଯେଉଁମାନେ ଖାଇବା ପାଇଁ ହଇରାଣ ହେଉଛନ୍ତି ସେମାନଙ୍କ ଖାଦ୍ୟ ପ୍ରଦାନ କରନ୍ତୁ।
  • କୌଣସି ଅନୁଷ୍ଠାନ ନିଜର କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରନ୍ତୁ ନାହିଁ।
  •  କରୋନା ଯୁଦ୍ଧର ଯୋଦ୍ଧା ଯେପରିକି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସମ୍ମାନ ଏବଂ ଆଦର କରନ୍ତୁ।

Comment