ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଏଣେ କରୋନା ତାଣ୍ଡବ କିନ୍ତୁ ତେଣେ ବିବାହର ମାହୋଲ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡା ତଥା କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପୁଅ ନିଖିଳ କୁମାରସ୍ୱାମୀ ଇତିମଧ୍ୟରେ ଦୁଇ ହାତ ହେବାକୁ ଯାଉଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶୁକ୍ରବାର ଦିନ ଏହି ଶୁଭ କାମଟି  ଅନୁଷ୍ଠିତ ହେବ। କୁମାରସ୍ୱାମୀ କହିଛନ୍ତି ଯେ ଏହି ବିବାହ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ ପାଳନ କରିବାକୁ ସ୍ଥିର ହୋଇଛି ଓ ଏଥିରେ କେବଳ ପରିବାର ସଦସ୍ୟ ହିଁ ଉପସ୍ଥିତ ରହିବେ।

ବେଙ୍ଗାଳୁରୁ ରାମନଗରରେ ଥିବା ତାଙ୍କ ଘରେ ପୁଅକୁ ବାହା ଦେବେ କୁମାରସ୍ୱାମୀ। ଜେଡିୟୁର ଅଧ୍ୟକ୍ଷ ନିଖିଳ କୁମାର ସ୍ୱାମୀ ୨୦୧୯ ଲୋକସଭା ନିର୍ବାଚନରେ ମାନଡିଆ ଆସନରୁ ଲଢ଼ି ହାରି ଯାଇଥିଲେ। କୁମାର ସ୍ୱାମୀଙ୍କ ଫାର୍ମ ହାଉସରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ଓ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। କୁମାରସ୍ୱାମୀ କହିଛନ୍ତି ଯେ ଆଗକୁ ଯଦି ଭଲ ସମୟ ଆସେ ତାଙ୍କ ପାଖ ଲୋକ ଓ ଶୁଭେଛୁମାନଙ୍କ ପାଇଁ ଏକ ବଡ଼ କାର୍ଯ୍ୟକ୍ରମ କରାଯିବ ଯାହା ଫଳରେ କି ସମସ୍ତେ ବର କନ୍ୟାଙ୍କୁ ଆଶୀର୍ବାଦ କରିପାରିବେ।

Comment