ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ଅପଡେଟ୍ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଯାହାର ରିପୋର୍ଟ ଅନସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯୯୧ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୪୩ ଜଣ ଜଣ ମୃତ୍ୟୁବରଣ କରିଛନ୍ତି।

ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କରୋନାକୁ ନେଇ ପ୍ରତିଟି ସୂଚନା ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯୯୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,,୩୭୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୯୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଫଳରେ ଏବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୮୦ରେ ପହଞ୍ଚିଛି। ଏଥିସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ୪୫ ଜିଲ୍ଲାରେ ଗତ ୧୪ ଦିନ ଧରି କୌଣସି ପଜିଟିଭ୍ କେସ୍ ସାମନାକୁ ଆସିନି।

corona

ଏଥିସହ ଲବ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟ କେବଳ ୩.୩ ପ୍ରତିଶତ ଲୋକ ମୃତ୍ୟୁବରଣ କରିଛନ୍ତି। ଯଦି ଏମାନଙ୍କୁ ବୟସ ବର୍ଗରେ ହିସାବ କରାଯାଏ ତେବେ ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଅଧିକ ପ୍ରାଣ ହରାଇଛନ୍ତି।

ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା କହିଛନ୍ତି ଯେ, ଯେଉଁ ବିଦେଶୀ ନାଗରିକ ବର୍ତ୍ତମାନ ଲକଡାଉନ୍ କାରଣରୁ ଭାରତରେ ଫସି ରହିଛନ୍ତି ଏବଂ ସେମାନଙ୍କର ଭିସା ସମାପ୍ତ ହୋଇଯାଇଛି। ସେମାନେ ଆବେଦନ କରିଲେ ବିନା କୌଣସି ଟଙ୍କାରେ ସେମାନଙ୍କର ଅବଧି ୩ ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

Comment