ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଲାଞ୍ଜିଗଡସ୍ଥିତ ରବଦାନ୍ତ ଆଲୁମିନା ରିଫାଇନାରୀ ଏହାର ମୁକାବିଲା ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ସହାୟତା ପାଇଁ ଆଗେଇ ଆସିଛି। ଜିଲ୍ଲାର କୋଭିଡ-ହସ୍ପିଟାଲରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଉପକରଣ ଯୋଗାଇ ଦେଇଛି।

ସର୍ଜିକାଲ ଗାଉନ୍ ସହିତ ୬ ହଜାର ସର୍ଜିକାଲ ରଳାବସ, ୨୫ ହଜାର ସର୍ଜିକାଲ ମାସ୍କ ଏବଂ ୬ ହଜାର ସାନିଟାଇଜର ସହାୟତା ପ୍ରଦାନ କରିଛି କମ୍ପାନି। ଏହା ବ୍ୟତୀତ କମ୍ପାନି ଲୋକଙ୍କ ସୁରକ୍ଷା ପାଇଁ ମାସ୍କ ତଥା ସାବୁନ ବଣ୍ଟନ କରିଛି।

coronaକାଭିଡ-୧୯ର ମୁକାବିଲା ପାଇଁ ବେଦାନ୍ତ ଲାଞ୍ଜିଗଡ଼ କର୍ମଚାରୀମାନେ ଗୋଟିଏ ଦିନର ଦରମା ଦାନ କରିଛନ୍ତି। ରୋଜଗାର ହରାଇଥିବା ପରିବାରଙ୍କୁ ଖାଦ୍ୟ ଏବଂ ଔଷଧ ବିତରଣ କରାଯାଇଛି।

ଲକଡାଉନ ପରସ୍ଥିତିକୁ ଦୃଷ୍ଟିରେ ରଖି ବେଦାନ୍ତ ଡାକ୍ତରଖାନାରେ ‘ଟେଲିମେଡିସିନ’ ସୁବିଧା ଆରମ୍ଭ କରାଯାଇଛି। ରୋଗୀ ହ୍ୱାଟ୍ସ୍‌ଆପ୍‌ ଏବଂ କଲ୍ କରି ଡାକ୍ତରଙ୍କଠାରୁ ପରାମର୍ଶ ନେଇପାରିବେ।

ଏହି ଅବସରରେ ବେଦାନ୍ତ ଆଲୁମିନା ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଶର୍ମା କହିଛନ୍ତି, ‘‘କରୋନା ଭୂତାଣୁ ସଂକ୍ରମଣର ମୁକାବଲା ବେଦାନ୍ତ ଆଲୁମିନା ପ୍ରୟାସ ଜାରି ରଖିଛି। ଲୋକଙ୍କ ସୁରକ୍ଷା ପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛୁ।’’

ବର୍ତ୍ତମାନସୁଦ୍ଧା ୪ ହଜାର ମାସ୍କ ବିତରଣ କରାଯାଇଛି। ମହିଳା ସ୍ୱୟଂ ସହାକ ଗୋଷ୍ଠୀଙ୍କୁ ଅଧିକ ମାସ୍କ ତିଆରି କରିବା ପାଇଁ କମ୍ପାନି ପ୍ରୋତ୍ସାହନ ଦେଇ ଆସୁଛି।

Comment