ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବା ପାଇଁ ତେଲେଙ୍ଗାନା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ରାଜ୍ୟରେ ମେ’ ୭ ଯାଏଁ ଲକ୍ଡାଉନ୍ ଅବଧି ରହିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି।
ଏପ୍ରିଲ ୧୪ରେ ୨୧ ଦିନିଆ ଲକ୍ଡାଉନ୍ ଅବଧି ଶେଷ ହେବା ପୂର୍ବରୁ ତେଲେଙ୍ଗାନା ସରକାର ଏପ୍ରିଲ ୩୦ ଯାଏଁ ଅବଧି ବଢ଼ାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩ ଯାଏଁ ସାରା ଦେଶରେ ଲକ୍ଡାଉନ୍ ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ। ହେଲେ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ୭ ଯାଏଁ ଲକ୍ଡାଉନ୍ ରହିବ ବୋଲି ଘୋଷଣା କରିଛନ୍ତି।
ତେଲେଙ୍ଗାନା ସରକାର କହିଛନ୍ତି ଯେ, ଏବେ ବିଦେଶରୁ ଫେରିଥିବା ୬୪ ଲୋକଙ୍କର ନମୁନା ପଜିଟିଭ୍ ଆସିଛି। ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀକୁ କେର୍ଉମାନେ ଯାଇଥିଲେ ସେନେଇ ଆମେ ଖୋଳତାଡ଼ କରୁଛୁ। ଏଣୁ ଲକ୍ଡାଉନ୍ ଅବଧିକୁ ରାଜ୍ୟରେ ଆଉ ୪ ଦିନ ବଢ଼ାଇ ଦିଆଯାଇଛି।
ଲକ୍ଡାଉନ୍ ବେଳେ ତେଲେଙ୍ଗାନରେ ଅନ୍ଲାଇନ୍ ଫୁଡ୍ ସର୍ଭିସ୍ ବନ୍ଦ ରହିବ। ଜୋମାଟୋ, ସ୍ୱିଗି ଏବଂ ପିଜା ଡେଲିଭରିକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି।















