ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭଦ୍ରକ ଜିଲ୍ଲାରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ତୁରନ୍ତ ଜିଲ୍ଲାର ୫ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ଆକ୍ରାନ୍ତ ଚିହ୍ନଟ ହୋଇଥିବା ବାସୁଦେବପରୁ ଓ ଭଣ୍ଡାରୀପୋଖରୀ ବ୍ଲକର ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିରେ ବାସୁଦେବପୁର ବ୍ଲକର ୩ଟି ଗ୍ରାପଞ୍ଚାୟତ ଥିବାବେଳେ ଭଣ୍ଡାରୀପୋଖରୀର ୨ଟି ଗ୍ରାମପଞ୍ଚାୟତ ରହିଛି।corona

ବାସୁଦେବପୁର ବ୍ଲକ ମଧ୍ୟରେ ଖରିଡ଼ା ବିନାୟକପୁର ଗ୍ରାମ ପଞ୍ଚାୟତ ସହିତ ମେଳାକସାହି, ପଦ୍ମପୁର ଗ୍ରାମ ପଞ୍ଚାୟତ ଓ ମଟପକ୍କା, ଲକ୍ଷ୍ମୀଦାସପୁର ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ଭଣ୍ଡାରୀପୋଖରୀ ବ୍ଲକର ରାହାଣିଆ ଗ୍ରାମପଞ୍ଚାୟତ ଓ ତେସିଙ୍ଗା ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା  କରିଛି ଜିଲ୍ଲା ପ୍ରଶାସନ।

ଏଥିସହ ଏହି ପଞ୍ଚାୟତ ମଧ୍ୟକୁ ବର୍ତ୍ତମାନ ପ୍ରବେଶ ନିଷେଧ କରାଯାଇଛି। ଏହାଛଡ଼ା ଗାଁର ଲୋକମାନଙ୍କୁ ଘରେ ରହିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ଯେଉଁମାନେ ଏହି ନିୟମ ଉଲ୍ଲଘଂନ କରିବେ ତାଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here